oom

ଭକ୍ତ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଏମ୍‍ସ୍‍, ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ରାଜୀବ ଭବନ ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରସ୍ଥ ମା’ ବିମଳାଙ୍କ ପୀଠରେ ଆସନ୍ତା ଅକ୍ଟୋବର ମାସ ୯-୧୧ ତାରିଖ ପର୍ଯ୍ୟନ୍ତ ତ୍ରୟୋଦିବସୀୟ ଚଣ୍ଡିପାଠ ପାଇଁ ବିସ୍ତୃତ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ପ୍ରତ୍ୟହ ମା’ଙ୍କ ପୁଷ୍ପ ସଜ୍ଜା, ନୂତନ ବସ୍ତ୍ର ପରିଧାନ, ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡିପାଠ, ଅଖଣ୍ଡ ନାମ ସଂକୀର୍ତ୍ତନ ଆଦି ବିଭିନ୍ନ ନୀତିକାନ୍ତି ସୂଚାରୁ ରୂପେ ସମାପନ କରିବାକୁ ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ଆଇନଜୀବି ସରୋଜ କୁମାର ସାହୁଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଜାତୀୟ ରାଜପଥ ଠାରୁ ଭକ୍ତ ଦାସିଆ ପୀଠ ପର୍ଯ୍ୟନ୍ତ ସଡ଼କ ପଥର ନର୍ମାଣ କାର୍ଯ୍ୟ ସମାପନ ଯଥାସମ୍ଭବ ସମ୍ପର୍ଣ୍ଣ କରାଗଲେ ପର୍ଯ୍ୟଟକ ମାନଙ୍କ ଦୈନିକ ଦର୍ଶନ କରିବାର ସୁଯୋଗ ପାଇବା ସହିତ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ସୁପରିଚିତ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଭକ୍ତ ଶିରୋମଣି ଦାସିଆଙ୍କର ଅବଦାନ ବିଶେଷ ଭାବେ ପ୍ରଭାବିତ କରିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି । ଉକ୍ତ ବୈଠକରେ ଅନୁଷ୍ଠାନର ସାଧାରଣ ସଂପାଦକ ଡ. ଘନଶ୍ୟାମ ସ୍ୱାଇଁ, ଯୁଗ୍ମ ସଂପାଦକ ଡ. ଚିତ୍ତରଞ୍ଜନ ମିଶ୍ର, ବରିଷ୍ଠ ସଦସ୍ୟ ଇଂ ବସନ୍ତ କୁମାର ମିଶ୍ର, ଶିକ୍ଷାବିତ୍‍ ବୃନ୍ଦାବନ ମହାପାତ୍ର, ବିଶିଷ୍ଟ ସମାଜସେବୀ ଜୟପ୍ରକାଶ ମିଶ୍ର, ସଙ୍ଗିତଜ୍ଞ ଅଜୟ ଦାଶ, ମନୋରଞ୍ଜନ ମହାନ୍ତି, ସ୍ୱଚ୍ଛ ଶିଶିର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.