ପାଟଣାଗଡ଼ର ଉନ୍ନତି ପାଇଁ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ ସଦନରେ ବିଭିନ୍ନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ପାଟଣାଗଡ଼ରେ ସିସିଟିଭି, ବାଇପାସ, ପାନୀୟଜଳ ପରି ଅନେକ ସମସ୍ୟା ବିଷୟରେ ଆଲୋଚନା ହୋଇଥିବା ବେଳେ ସମସ୍ୟାଗୁଡିକର ଶୀଘ୍ର ସମାଧାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.