ବ୍ରାହ୍ମଣୀପାଲିରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନର ନମୁନା ମାସିକ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ଅଭ୍ୟାସ ଉପରେ ଆଲୋଚନା କରିଥିବା ବେଳେ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି ଶିକ୍ଷା ସୋପାନ ରେଜିଷ୍ଟର ବିଷୟରେ ଆଲୋଚନା କରିଥିଲେ । ସୁଲେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗ ସ୍ଥାନୀୟ ବିଦ୍ୟାଳୟର ବିଭିନ୍ନ ଅଭିନବ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଟାବଲେଟ୍‌ର ବ୍ୟବହାର ଉପରେ ଆଲୋଚନା କରିଥିଲେ । ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତୁଳସୀରାମ ଭୋଇ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଟ୍ରାକର ପୂରଣ କରିବା ପଦ୍ଧତି ଉପରେ ଆଲୋଚନା କରିଥିବା ବେଳେ କାଇସ କନ୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରିଥିଲେ । ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଶ ପୁଟେଲ ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଆଲୋଚନା କରିଥିବା ବେଳେ ସହକାରୀ ଶିକ୍ଷକ ଦିବାକର ବଢ଼େଇ ବିଲଡିଂ ବ୍ଲକ ଆପର ବ୍ୟବହାର ଉପରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା କୁଅଁର, ପୁରାତନ ଛାତ୍ର ଦୀପକ ସୁନା ଏବଂ ସ୍ଥାନୀୟ ବିଦ୍ୟାଳୟର ପାଚକ, ପାଚିକା ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଅଭିରାମ ପରାଭୂଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.