oom

ଅପାମରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଅପାମରାରେ ଚତୁର୍ଥ କ୍ଲଷ୍ଟରସ୍ତରୀୟ ବୈଠକ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡବନ୍ଧ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଏବଂ ଏଫ୍‌. ଏଲ୍‌. ଏନ୍‌ ଶିକ୍ଷକମାନେ ଯୋଗ ଦେଇଥିଲେ । ସିଆର୍‌ସିସି ଜଗଦୀଶ ପଧାନ ଆର୍. ପି. ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ତାଲିମ ଦେଇଥିଲେ । ପ୍ରଧାନଶିକ୍ଷକ ଦେବାନନ୍ଦ ନିଷାଦ, ହୋଲେଶ୍ଵର ଧରୁଆ, ଅଶ୍ଵିନୀ ନାଏକ, ଲୁଚନ ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସହକାରୀ ଶିକ୍ଷକ ପଦ୍ମଲୋଚନ କୁମ୍ଭାର, ମଧୁମିତା ଅଲତିଆ, ଦିଲ୍ଲୀପ ପଧାନ, ଅରବିନ୍ଦ ପଧାନ, ଜ୍ୟୋସ୍ନା ଷାଣ୍ଢ, ଜ୍ୟୋତିଲାଲ ସାହୁ, ସୁଶାନ୍ତ ସାହୁ, ସସ୍ମିତା ସେଠ, ମଧୁସୂଦନ ଭୋଇ, ବିନାୟକ ଥନାପତି, ଆଲୋକିନି ପଧାନ, ସୁଜିତ କୁମାର ମିଶ୍ର, ବବିତା କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୈଳାସ ଚନ୍ଦ୍ର ଭୋଇ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.