ପୂର୍ଣ୍ଣାରେ କ୍ଲଷ୍ଟରସ୍ତରୀୟ ବୈଠକ

  • ପିଲାଙ୍କ ପ୍ରଗତିରେ ମୌଖିକ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜାରିଂ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ବୈଠକକୁ କ୍ଷେତରପଡା ସ୍କୁଲର ପ୍ରଧାନଶିକ୍ଷକ ସୌଦାମିନୀ ମାଝୀ ଉଦ୍‌ଘାଟନ କରିଥିଲେ । ସିଆର୍‌ସିସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ କୁମାର ତନ୍ତୀ, ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପୁରି ପ୍ରମୁଖ ମଞ୍ଚାସୀନ ଥିଲେ । ଦେବୀଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ନୂଆଁଖାଇ ଜୁହାର ଭେଟ ହୋଇଥିଲା । ଶିକ୍ଷାର୍ଥୀମାନଙ୍କୁ ପ୍ରଗତିରେ ମୌଖିକ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ବିଷୟ ଶିକ୍ଷାଦାନ ସମୟରେ ଏହି ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପରେ ଲେମଧର ସେବାଶ୍ରମର ଶିକ୍ଷୟିତ୍ରୀ ନମିତା ବେହେରା ସରକାରଙ୍କ ନିର୍ଧାରିତ ନିୟମାବଳୀ ଅନୁସାରେ ଆଲୋଚନା କରିଥିଲେ । ଗଣିତ ଶିକ୍ଷଣ ପାଇଁ ଏକ ପ୍ରଦର୍ଶନୀ ଶିକ୍ଷାଦାନ ଅନୁଷ୍ଠିତ ହୋଇଥିଲା । ଦଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ, ଶିକ୍ଷୟିତ୍ରୀ ବୈଠକରେ ସାମିଲ୍ ହେଇଥିଲେ । ସ୍କୁଲ ପରିଚାଳନା କମିଟି ଚେୟାରମେନ କୃଷ୍ଣ ସାହୁଙ୍କ ସହ ସଦସ୍ୟଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.