ଗୁଡିଘାଟ ଗ୍ରାମରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠନ : ସଭାପତି ରୂପେ ମୁକୁନ୍ଦ ବଗର୍ତ୍ତି ଓ ସମ୍ପାଦକ ରୂପେ ମିଶ୍ର ସାହୁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମର ଇନ୍ଦିରା ଯୁବକ ସଂଘ ଆନୁକୂଲ୍ୟରେ ଚଳିତ ବର୍ଷର ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ୟାସଦେବ ସା(ଲିପୁ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଏହି ବୈଠକରେ ଇନ୍ଦିରା ଯୁବକ ସଂଘର ସମସ୍ତ ସଦସ୍ୟ ଯୋଗଦେଇଥିଲେ । ବିଗତ ବର୍ଷର ଆୟ ବ୍ୟୟ ସମ୍ପର୍କରେ ତଥା ଚଳିତ ବର୍ଷ ହେବାକୁ ଥିବା ଦୁର୍ଗାପୂଜାକୁ ଭବ୍ୟ ଓ ବହୁ ଆଡମ୍ବରରେ କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ନୂତନ କମିଟିର ସଭାପତି ରୂପେ ମକୁନ୍ଦ ବଗର୍ତ୍ତି, ଉପସଭାପତି ସୌରଭ ସିଂ ମାଝୀ, ସମ୍ପାଦକ ମିଶ୍ର ସାହୁ, ସହ ସମ୍ପାଦକ ଉମେଶ ସେଟ, କୋଷାଧ୍ୟକ୍ଷ ବ୍ୟାସଦେବ ସା, ଉପକୋଷାଧ୍ୟକ୍ଷ ଭାବେ ଆରାଧନା ସିଂ ମାଝୀ ମନୋନୀତ ହୋଇଥିଲେ । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସଦସ୍ୟ ଶେଷଦେବ ସା, ମନୋଜ ଦରୱାନ, ମୁକେଶ ପୁଟେଲ, ଅନ୍ତର୍ଯ୍ୟାମୀ ନାୟକ, କୌଶିକ ମାଝୀ, ଭୁବନ ପାଣ୍ଡେ, ଆକାଶ ପୁଟେଲ, ପିଣ୍ଟୁ ମହାନ୍ତି ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.