oom

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀପାଠାଗାର, ଟିକ୍ରାପଡା ବଲାଙ୍ଗିର ଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ସଂପାଦକ ବସନ୍ତ କୁମାର ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଅତିଥି ଗଣଙ୍କ ସହିତ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟତଃ ପ୍ରତିବର୍ଷ ପରି ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସଂଘ ପରିବାରର ପବିତ୍ର ନୂଆଁଖାଇ ଭେଟ ଉତ୍ସବ ପାଳନ କରିବାକୁ ମୁଖ୍ୟ ଉପଦେଷ୍ଟା ବିକ୍ରମ ବହିଦାର ପ୍ରସ୍ତାବ କ୍ରମେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିବେ ବୋଲି ପ୍ରକାଶ କରିଥିଲେ । ଉକ୍ତ ପ୍ରସ୍ତାବରେ ସଭାପତି ଶ୍ରୀଯୁକ୍ତ ମିଶ୍ର ସହିତ ଉପସ୍ଥିତ ସଭ୍ୟ / ସଭ୍ୟା ସମସ୍ତେ ସ୍ୱାଗତ କରିଥିଲେ । ପରବର୍ତ୍ତି ମୁହୁର୍ତ୍ତରେ ସଂଘର ସାଂଗଠନିକ ନୂତନ ସଭ୍ୟ ଗ୍ରହଣ, ଆଜିବନ ସଭ୍ୟ ପାଇଁ ନିଷ୍ପତ୍ତି ସହିତ ପରବର୍ତ୍ତି କାର୍ଯ୍ୟ ତଥା ସମସ୍ତ ସେବା ଶିବିର ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ହୋଇଯାଇଛି । ଶେଷରେ ବୈଠକର ସଫଳତାକୁ ନେଇ ଶିବଶଙ୍କର ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଉପଦେଷ୍ଟା ସୁବାଷ ଚନ୍ଦ୍ର ପଣ୍ଡା, ଶଶିଭୂଷଣ ପୁରୋହିତ କୋଷାଧ୍ୟକ୍ଷଙ୍କ ସହିତ, ପର୍ଶୁରାମ ନାୟକ, ଡ. ଉମାକାନ୍ତ ପାତ୍ର, ବିପିନ ପଣ୍ଡା, ପଦ୍ମନାଭ ଭୋଇ, ଯଥା ବିଶ୍ୱାଲ, ପ୍ରଦୀପ ପାତ୍ର, ବିରଂଚି ମିଶ୍ର, ବି.ବି. ପଣ୍ଡା, ରବିନ୍ଦ୍ର ପାଣିଗ୍ରାହୀ, ଧର୍ମବ୍ରତ ରଥ, ବିରଂଚି ନାରାୟଣ ମିଶ୍ର, ପ୍ରଦୀପ ଗୁରୁ, ଭଞ୍ଜ ନାଗ, ଲକ୍ଷରାମ ସାହୁ, ରାଧାକୃଷ୍ଣ ମେହେର, ସନ୍ତୋଷ ନନ୍ଦ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.