ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ବୈଠକ

  • ଅର୍ଗସ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ବୈଠକ ସଂଘର ସଭାପତି ସୁବ୍ରତ କୁମାର ମାହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଆଶିଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ମୁରିବାହାଲ ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବରିଷ୍ଠ କର୍ମକର୍ତ୍ତା ତଥା ସମାଜସେବୀ ଆଶିଷ ଖୈତାନ, ପ୍ରେସ କ୍ଲବ ସଂପାଦକ ସୁରୁଦାସ ବାଗ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ସଭାପତି ରଶ୍ମିରଞନ ପୁଟେଲ, ବରିଷ୍ଠ ସାମ୍ବାଦିକ ଦୀପକ ଯାଦବ କାର୍ଯ୍ୟକ୍ରମରେ ଯୋଗଦାନ କରି ଅତିଥି ବୃନ୍ଦ ସମାଜରେ ସାମ୍ବାଦିକତାର ଭୂମିକା, ଉଦ୍ଦେଶ୍ୟ ବିଷୟରେ ମତାମତ ରଖିଥିଲେ ଏବଂ ସାମ୍ବାଦିକତାକୁ ନେଇ ଏକ କର୍ମଶାଳା ଅତ୍ୟନ୍ତ ଜରୁରୀ ଥିବା କଥା ଅତିଥି ବୃନ୍ଦ କହିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବ୍ୟନ୍ଦଙ୍କୁ ସାମ୍ବାଦିକ ସଂଘ ମୁରିବାହାଲ ଦ୍ୱାରା ପୁଷ୍ପମାଲ୍ୟ ସହ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ କଣ୍ଟାବାଞ୍ଜି ଅର୍ଗସ ନ୍ୟୁଜ୍‌ ପ୍ରତିନିଧି ହୁଲେଶ୍ୱର ହଂସ ଯିଏକି ଦୁର୍ଗମ ଅଂଚଳର ସମସ୍ୟାକୁ ପ୍ରଚାର ପ୍ରସାର କରିବା ନେଇ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଵଷ୍ଟି କରି ପାରିଥିବା ଶ୍ରୀ ହଂସଙ୍କୁ ମୁରିବାହାଲ ବ୍ଲକ ସାମ୍ବାଦିକ ସଂଘ ତରଫରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମୁରିବାହାଲ ସାମ୍ବାଦିକ ସଂଘ ତରଫରୁ ଅଂଚଳର ବେଶେଷ ବ୍ୟକ୍ତିତ୍ୱ ତଥା ସମାଜ ସେବୀ ନାରାୟଣ ସାହୁ, ରାମାରଞ୍ଜନ ପାତ୍ର, କୁନ୍ତ ପୋଢ଼, ରାମ ଆଡ଼ଜୁଏଡ୍‌ଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା । କାର୍ଯ୍ୟକ୍ରମରେ ମୁରିବାହାଲ ସାମ୍ବାଦିକ ସଂଘରେ ନୂତନ ସାମ୍ବାଦିକ ଭାବରେ ସଦସ୍ୟତା ଗ୍ରହଣ କରିଥିବା ସାମ୍ବାଦିକ ଲକ୍ଷ୍ମିକାନ୍ତ ଧରୁଆ, ପଦ୍ମନାଭ ସାହୁ, ପ୍ରକାଶ ବଘାର, ଯଦୁପତି ଅଗସ୍ତି, ସୁରେନ୍ଦ୍ର କୁମାର ଆଚାରୀ, ଅମରେଶ ମାଝୀ, ସୁବାଷ ପୋଢ, ଦେବବ୍ରତ ବିଶି, ମନୋଜ ସାହୁ ପ୍ରମୁଖଙ୍କୁ ମୁରିବାହାଲ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ସଂଘ ତରଫରୁ ଭିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯେପରି ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, ମାଗଣା କେନ୍ସର କେମ୍ପ ପରି କାର୍ଯ୍ୟକ୍ରମ କରାଯିବା ସୂଚନା ଦେଇ ଥିଲେ । ସଂଘର ସାଧାରଣ ସମ୍ପାଦକ ସୁଦାମ ଚରଣ ବଘାର, ସଭା କାର୍ଯ୍ୟ ପରିଚାଳକ କରିଥିବା ବେଳେ ସଂଘର ଉପସଭାପତି କେଦାର ବଡ଼ଜେନା, ସଦସ୍ୟ ପ୍ରଫୁଲ୍ଲ ବଘାର, ଶଙ୍କର ମାଝୀ ସହଯୋଗ କରିଥିଲେ ଶେଷରେ ସାମ୍ବାଦିକ ସଂଘର ସଦସ୍ୟ ପ୍ରଫୁଲ୍ଲ ବଘାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.