ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଯୁବ-ରେଡକ୍ରସ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡକ୍ରସ ସଭାପତି ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ଉପ-ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ଦାସ ଓ ପୂର୍ବତନ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ବି. ଗୋବିନ୍ଦ ରାଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାସ୍ତରୀୟ ଓ ମହାବିଦ୍ୟାଳୟସ୍ତରୀୟ ରେଡକ୍ରସ କାର୍ଯ୍ୟକ୍ରମ ସୂଚାରୁ ରୁପେ ସମାପନ କରିବା ପାଇଁ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ନିଜ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୮୨ ମହାବିଦ୍ୟାଳୟର ଶତାଧିକ ଯୁବ ରେଡକ୍ରସ ପରାମର୍ଶଦାତା ଓ ଅଧ୍ୟକ୍ଷ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ତରଫରୁ ଜିଲ୍ଲା ରେଡକ୍ରସ ଆବାହକ ସମ୍ପାଦକ ଡ. ମିଲିମିତା ପାଢ଼ୀ ଓ ରେଡକ୍ରସ ପରାମର୍ଶଦାତା ଡ. ମାନସ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.