
ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ ପ୍ରାରମ୍ଭିକ ସୂଚନା ଦେବା ସହିତ ସଂଘର ଚଳିତ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂତନ ସଭାପତି ଚୟନ କରାଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଅଶ୍ୱିନୀ କୁମାର ନାଏକଙ୍କୁ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସଦସ୍ୟ ସନ୍ଦୀପ କୁଅଁର ପ୍ରସ୍ତାବ ଆଗତ କରିଥିବା ବେଳେ ଶ୍ୟାମପ୍ରସାଦ ଗୁରୁ ସମର୍ଥନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ଏହାକୁ କରତାଳି ମାଧ୍ୟମରେ ସ୍ୱାଗତ କରିବା ସହିତ ନୂତନ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆସନ୍ତା ତା.୨୦/୦୩/୨୦୨୪ ବୁଧବାର ଦିନ ଚୁଡ଼ାପାଲି ନିକଟସ୍ଥ କୁମିଆପାଲି ବିସ୍ଥାପିତ କଲୋନୀ(କରମଶାନି ଫେମିଲି ଢ଼ାବା ନିକଟ) ଠାରେ ସଂଘର ପରବର୍ତ୍ତୀ ସାଧାରଣ ବୈଠକ ଆୟୋଜିତ କରାଯିବା ପାଇଁ ବରିଷ୍ଠ ସଦସ୍ୟ ବ୍ୟାସଦେବ ଥନାପତି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବଟି ପାରିତ ହେବା ସହିତ ଉପରୋକ୍ତ ବୈଠକରେ ନୂତନ କାର୍ଯ୍ୟକାରୀ କମିଟି ଘୋଷଣା କରାଯିବ ବୋଲି ନୂତନ ସଭାପତି ଅଶ୍ୱିନୀ କୁମାର ନାଏକ ସୂଚନା ଦେଇଛନ୍ତି ।
