jayashree

ପାଇକମାଲ ନାଗରିକ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ନାଗରିକ କମିଟି ତରଫରୁ ଏକ ବୈଠକ କମିଟିର ସଭାପତି ମନୋଜ କୁମାର ତ୍ରୀବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଥମେ ରାଜ୍ୟ ସରକାର ପାଇକମାଲକୁ ଏନ୍‌ଏସ୍‌ସି ଘୋଷଣ କରିଥିବାରୁ ଅଞ୍ଚଳର ଲୋକେ ଖୁସିବ୍ୟକ୍ତ କରିଛନ୍ତି । ତେଣୁ ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଦ୍ମପୁର ବିଧାୟିକା ବର୍ଷାରାଣୀ ସିଂ ବରିହାଙ୍କୁ ଧନ୍ୟବାଦ ଅର୍ପଣ କରାଗଲା । ଦ୍ୱିତୀୟରେ ପାଇକମାଲ ସିଏଚ୍‌ସିରେ ଡାକ୍ତର ଅଭାବ ଯୋଗୁଁ ଏହି ଅଞ୍ଚଳ ରୋଗୀମାନେ ହଇରାଣ ହେଉଛନ୍ତି ଏବଂ ବାଧ୍ୟ ହୋଇ ଦୂର ଦୂରାନ୍ତରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ନିକଟ ଭବିଷ୍ୟତରେ ଡାକ୍ତର ଅଭାବ ପୁରଣ ନହେଲେ ଜନ ଆନ୍ଦୋଳନ ମୁଣ୍ତ ଟେକିବାର ସମ୍ଭବନା ରହିଛି । ତୃତୀୟରେ ଫେବୃୟାରୀ ମାସରୁ ଖରା ତାତି ବଢି ଗଲାଣି ଓ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ବିଦ୍ୟୁତ କାଟ ନକରିବା ପାଇଁ ବିଭାଗିୟ ଏସ୍‌ଡିଓ ମନୋରଞ୍ଜନ ନାୟକଙ୍କୁ କମିଟି ତରଫରୁ ପରାମର୍ଶ ଦେଇଥିଲେ । ବୈଠକ ଚାଲିଥିବା ସମୟରେ ପାଇକମାଲ ପଞ୍ଚାୟତ ଏକ ଗ୍ରାମର ଜନୈକ ବ୍ୟକ୍ତି ପାଇକମାଲ ଏନଏସ୍‌ସି ଘୋଷଣକୁ ଭଣ୍ତୁର କରବା ପାଇଁ ଧମକ ଦେଇଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯିବା ସହ ନିନ୍ଦା କରାଗଲା । ସମ୍ପାଦକ ନିଳମଣୀ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.