jayashree

ସୁନ୍ଦରପୁର ତାଲୁକା ବାରିକ ସମାଜର ସ୍ଵତନ୍ତ୍ର ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁରର ପ୍ରସିଦ୍ଧ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆ ମନ୍ଦିର ପ୍ରାଙ୍ଗଣରେ ସୁନ୍ଦରପୁର ତାଲୁକା ବାରିକ ସମାଜର ଏକ ସ୍ଵତନ୍ତ୍ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ କୁଳ ନେତୃତ୍ଵଧାରୀ ତଥା ବାରିକ ସମାଜର ଜିଲ୍ଲା ସମ୍ପାଦକ କୁମୁଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିକ ଜାତିର କୌଳିକ ବୃତ୍ତିର ସ୍ଵତନ୍ତ୍ର ଅନୁଦାନ ଘୋଷଣା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବୀ ରଖିବା ନିହାତି ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବାରିକ ସମାଜର ଉନ୍ନତି ଓ ପ୍ରଗତି ଦିଗରେ ବିଶେଷ ଆଲୋକପାତ ହୋଇଥିଲା । ତାଲୁକା ସଭାପତି ନିରଞ୍ଜନ ବେହେରା ଏହି ସଭାକୁ ପରିଚାଳନା କରିଥିଲେ । ଏଥିରେ ତାଲୁକା ସମାଜର ବହୁ ସଦସ୍ୟ ଯୋଗଦେଇ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସମସ୍ତେ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ବୈଠକରେ ମନୋରଞ୍ଜନ ବେହେରାଙ୍କୁ ନୂତନ ତାଲୁକା ସଭାପତି ଭାବେ ମନୋନୀତ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁଳ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.