oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଶାନ୍ତିପଡା ସ୍ଥିତ ସିଦ୍ଧ ଶଙ୍କର ଆଇରନ୍‌ ଷ୍ଟୋର ପ୍ରକୋଷ୍ଠରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସଦସ୍ୟ ଶୁଭେନ୍ଦୁ ନାୟକଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନ କରାଗଲା । ଅନୁଷ୍ଠାନର ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ପ୍ରଭାକର ମିଶ୍ର ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମଂଚର ଉପସଭାପତି ମନୋନିତ ହୋଇଥିବାରୁ ତାଙ୍କୁ ଉପଢୌକନ ଓ ଫୁଲତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସାଧାରଣ ସଂପାଦକ ଅଶୋକ କୁମାର ଚାନ୍ଦ ବୈଠକ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ଆନୁଷ୍ଠାନିକ ଭାବରେ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ସହମତିରେ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଏକ ସ୍ୱାସ୍ଥ୍ୟ ଶିବିର କରାଯିବା ପାଇଁ ସ୍ଥିରୀକୃତ କରାଗଲା । ମଂଚ ନିମନ୍ତେ ଏକ କଲ୍ୟାଣ ପାଣ୍ଠିର ଏକ ସ୍ୱତନ୍ତ୍ର ଏକାଉଣ୍ଟ କୌଣସି ଏକ ଜାତୀକରଣ ବ୍ୟାଙ୍କରେ ବିନୟ କୁମାର ମିଶ୍ର ଏବଂ ନରେନ୍ଦ୍ର କବାଟ ଯୁଗ୍ମ ସ୍ୱାକ୍ଷର ନିମନ୍ତେ ଦାୟିତ୍ୱ ପ୍ରଦାନ କରାଗଲା । ଆସନ୍ତା ୨୬ ତାରିଖରେ ହୋଲି ପଡୁଥିବାରୁ ମଂଚର ସାଧାରଣ ପରିଷଦ ବୈଠକ ଆସନ୍ତା ୭ ଏପ୍ରିଲ ଦିନ ଆୟୋଜନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ବରିଷ୍ଠ ନାଗରିକ ମଂଚର ସ୍ଥାୟୀ ଗୃହ ନିମନ୍ତେ ସ୍ଥାନ ନିରୁପଣ ଓ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିମ୍ନ ଲିଖିତ ସଦସ୍ୟମାନଙ୍କୁ ନେଇ ଏକ ଉପ- କମିଟି ଗଠନ କରାଗଲା । ଏତଦ୍‌ ବ୍ୟତୀତ ଏ ଦିଗରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଗୌର ଚନ୍ଦ୍ର ପୁରୋହିତ, ଯୁଗ୍ମ ସଂପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ବିଭିନ୍ନ ଆଲୋଚନାରେ ସୁଧାଂଶୁ ଶେଖର ଦର୍ଜୀ, ପ୍ରଫୁଲ୍ଲ କୁମାର ସାହୁ, ନବୀନ ନନ୍ଦ, ଧନଞ୍ଜୟ ମିଶ୍ର, ପଦ୍ମ ଚରଣ ଆଚାର୍ଯ୍ୟ, ହରେକୃଷ୍ଣ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ମଥାମଣି ପଣ୍ଡା, ପ୍ରମୋଦ ଗୁରୁ, ବାସୁଦେବ ମେହେର, ପ୍ରଦ୍ୟୁମ୍ନ ଗଡତ୍ୟା, ସୁରେନ୍ଦ୍ର ନେଗୀ, ଛାୟାକାନ୍ତ ସାହୁ, ଚୁଡେନ୍ଦ୍ର ବେହେରା, ଗଜେନ୍ଦ୍ର ଭମର, ନିରଞ୍ଜନ ପ୍ରସାଦ ରଥ, ଆର୍ତ୍ତତ୍ରାଣ ମିଶ୍ର, ଡ. ଗୋପାଳ କୃଷ୍ଣ ମିଶ୍ର ଅଂଶଗ୍ରହଣ କରିଥିଲେ । ଶେଷରେ ନିଳାଂଚଳ ଚିରଗୁନ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.