oom

ପଞ୍ଚମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ସମସ୍ତ ୫-ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ମାସିକ ସମୀକ୍ଷା ବୈଠକ ଲୋହାରପାଲି ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିରୀକ୍ଷକ ଶ୍ରୀମତୀ ଭୂମିସୂତା ସାହୁ ଯୋଗଦେବା ସହ ମଂଚରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରାସାଦ ପାଣିଗ୍ରାହୀ, ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ, ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ଖମାରୀ ଓ ଲୋହାରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ଖମାରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଭୋଇ ଦଶମ ବୋର୍ଡ଼ ପରୀକ୍ଷାରେ ଶତପ୍ରତିଶତ ପରୀକ୍ଷାଫଳ ପାଇଁ ନେଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ନିରୀକ୍ଷକ ଶ୍ରୀମତୀ ସାହୁ କ୍ରୀଡ଼ାଙ୍ଗନ ବିଷୟରେ ଆଲୋକପାତ କରିବା ସହ ଉକ୍ତ ବିଦ୍ୟାଳୟର ଇ-ଲାଇବ୍ରେରୀ, ବିଜ୍ଞାନ ଗାରା, ସ୍ମାର୍ଟ କ୍ଲାସ୍ ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀଙ୍କସହ ଆଲୋଚନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ସ୍କୁଲ୍ ତଥା ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ହୋଇଥିବା ଆଲୋଚନାରେ ସମସ୍ତ ପ୍ରଧାନ ଶିକ୍ଷକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ବୈଠକର ସଫଳ ଆୟୋଜନରେ ସହଯୋଗ କରିଥିଲେ ସିଆର୍‌ସିସି ମନୋଜ ସାହୁ । ଶେଷରେ ଶ୍ରୀମତୀ ରୀତା ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.