oom

ବରିଷ୍ଠ ନାଗରିକ ସଂଘର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବୈଠକ ସଭାପତି ଡ. ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପାଇଁ ସଂପାଦକ ବସନ୍ତ ଆଚାର୍ଯ୍ୟ ଅନୁରୋଧ କରିଥିଲେ । ବକ୍ତବ୍ୟରେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଦେବା ସହ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ଆଗାମୀ ଫେବୃୟାରୀ ମାସରେ ବିଜାଖମନଠାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ କରିବା ପାଇଁ ମତାମତ ଦେଇଥିଲେ । ଏହା ସର୍ବସମ୍ମତି କ୍ରମେ ଗ୍ରହଣ କରାଗଲା ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଠାରେ ଯୋଗାଯୋଗ କରି ଦିନ ଧାର୍ଯ୍ୟ କରିବା ପାଇଁ ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ ତୃଣମୂଳ ସ୍ତରରେ ବରିଷ୍ଠ ନାଗରିକ ଶିବ ଶଙ୍କର ଖୁଆସ, ଗୋପ ପୁରୋହିତ, ସୁଦର୍ଶନ ପଣ୍ଡା, ରାହାସ ଭୋଇ, ବିପନ ପଣ୍ଡା, ଯଥା ବିଶ୍ୱାଲ, ଯକ୍ଷ୍ମା ନନ୍ଦ, ଶଶୀ ଭୂଷଣ ପୁରୋହିତ ଏବଂ ଡା. ଉମା ପାତ୍ରଙ୍କୁ ସାମିଲ କରିବା ପାଇଁ ସଭାପତି ମତ ରଖିଥିଲେ । ସଭା ଶେଷରେ ଉପ-ସଭାପତି ରାଧାକୃଷ୍ଣ ମେହେର ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.