oom

ପୁଇଁତଲା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ବେଲବାହାଲିର ପ୍ରେମାନନ୍ଦ ବିହାରଠାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କମିଟି ବୁଥ୍‌ କମିଟି ଜାନୁୟାରୀ ୩୧ ସୁଦ୍ଧା ଗଠନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବଲାଙ୍ଗିର ଜିଲ୍ଲା ଏସ୍‌.ସି. ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର ଯୋଗଦାନ କରି ତୃଣମୂଳସ୍ତରରୁ ଦଳକୁ ମଜ୍‌ବୁତ କରି ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ର ଯୋଗଦାନ କରି କହିଥିଲେ ଯେ କୃଷି ଏବଂ କୃଷକଙ୍କ ବିକାଶ କେବଳ କଂଗ୍ରେସ ସରକାର ଅମଳରେ ହିଁ ସମ୍ଭବ । ଜାତି, ଧର୍ମକୁ ନେଇ ରାଜନୀତି କରୁଥିବା ଦଳମାନେ କୃଷକ, ଯୁବକ ଓ ଛାତ୍ରଙ୍କ ସମସ୍ୟାକୁ ଭୁଲିି ରାଜ୍ୟ ଏବଂ ଦେଶକୁ ବିପଥଗାମୀ କରୁଛନ୍ତି । ତେଣୁ ସମସ୍ତେ ମିଳିମିଶି କଂଗ୍ରେସ ଦଳକୁ ସରକାର କରିବାରେ ସହଯୋଗ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ରାଜ କିଶୋର ବାବୁ, ହୃଦାନନ୍ଦ ଭୋଇ, ସର୍ଜନ ବିଶ୍ୱାଳ, ସୁଶାନ୍ତ ଷଡଙ୍ଗୀ, ଜ୍ୟୋତିଷ ମୁଗ୍ରୀ, ସୁଭ୍ରାଂଶୁ ପଣ୍ଡା, ଅନିରୁଦ୍ଧ ବଗର୍ତ୍ତି, ଲଳିତ ପଟେଲ, ଜିତୁ ମନହୀରା, ଅଞ୍ଜନ ପଟେଲ, ବେଣୁଧର ସାଏ, ବସୁଦେବ ନାଏକ, ସରୋଜ ମେଶ୍ୱା, ହରି ନନ୍ଦ, ବିରୋଧ ତାଣ୍ଡି, ଶିବହରି ବାଗ, ବିକ୍ରମ ଡାଙ୍ଗ, ପ୍ରେମରାଜ ବାଗ, ସରୋଜ ପଧାନ, ସରୋଜ ଡାଙ୍ଗ, ଦେବରାଜ ମହାକୁର ପ୍ରମୁଖ ଉପସ୍ଥିତ ଥିବା ବେଳେ ଯୁବ ଦଳିତ ନେତା ତରଣୀସେନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.