ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଯୁଧିଷ୍ଠିିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାଲପଡା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ପଡାର ରାସ୍ତା ଗୁଡ଼ିକ ଭାଙ୍ଗିଯାଇ ଖାଲଖମାରେ ପରିଣତ ହୋଇ ଲୋକେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ମାଲପଡା ସ୍କୁଲର ପ୍ରାୟ ସମସ୍ତ କୋଠରୀମାନ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡି ରହିଛି । ପିଲାମାନେ ଭଙ୍ଗାରୁଜା କୋଠାରୀ ମଧ୍ୟରେ ବିପର୍ଯ୍ୟସ୍ଥ ଅବସ୍ଥାରେ ପାଠ ପଢୁଛନ୍ତି । ତାହା ଦ୍ୱାରା ଶିକ୍ଷା ଦାନରେ ମଧ୍ୟ ବାଧା ସୃଷ୍ଟି ହେଉଅଛି । ଏଣୁ ଏଠାରେ ନୂତନ ସ୍କୁଲ ଗୃହମାନ ନିର୍ମାଣ ପାଇଁ ଶିକ୍ଷା ବିଭାଗକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏଣୁ ପଡାବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟ ଅନୁଷ୍ଠାନ ଗୁଡିକର ଗୃହ ନିର୍ମାଣ ଆରମ୍ଭ ରୋକି ଦେଇଛନ୍ତି । ୱାର୍ଡ ନଂ.୧୪ ଓ ୧୫ରେ ସଫେଇ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ପରିଚାଳନା ହେଉନାହିଁ । ଏଣୁ ମଶା ପ୍ରାଦୁର୍ଭାବ ବହୁ ପରିମାଣରେ ଦେଖାଯାଉଛି । ଏଣୁ ନିୟମିତ ମଶାମରା ତେଲ ଓ ସଫା ସୁତୁରା ପାଇଁ ମ୍ୟୁନିସିପାଲିଟିକୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଉକ୍ତ ଆଲୋଚନାରେ ପ୍ରଫେସର ତରୁଣ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ପଂଚାନନ ସେଠ, ଆକୁଳ ବେହେରା, ଦିବାକର ହୋତା, ଛବିଲାଲ ବେହେରା, ଅଭିଜିତ ଯୋଷୀ, ବସୁଦେବ ନାଗ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପାଦକ ପଂଚାନନ ସେଠ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.