ଯାଦବ ସମାଜର ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଯୁବ ଯାଦବ ସମାଜ ଦ୍ୱାରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ଦିନ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଏହି ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି । ଏହା ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଯାଦବ ସମାଜ କଂଟାବାଂଜି ସଭାପତି ବେଦବ୍ୟାସ ନାଗଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳୀ ଚଳିତ ବର୍ଷ ମଧ୍ୟ ଯାଦବ ସମାଜର ଆରଧ୍ୟ ଦେବତା ଶ୍ରୀ କୃଷ୍ଣ ଏବଂ ମା’ ଚଣ୍ଡି ସମଲେଇଙ୍କ ପୂଜା ଅର୍ଚ୍ଚନା କରି ସ୍ଥାନୀୟ ଧୋବାପଡା ଅଶୋକ ନଗରରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯିବ । ନଗର ପରିକ୍ରମାରେ ଯାଦବମାନଙ୍କ ବାନାବାଡି ଶୋଭାଯାତ୍ରାରେ ସାମିଲ ହେବ । ନଗର ପରିକ୍ରମା ପରେ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ଶ୍ରୀ କୃଷ୍ଣଙ୍କ ପୂଜା ଅର୍ଚ୍ଚନା ସ୍ଥାନୀୟ ଗୋରୁ ବଜାରଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ସ୍ଥଳିରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାଦବମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ଯୁଏଡ, ଦେବରାଜ ୟାଦବ, ସଂଜୟ ପୁଂଜି, ପପୁ ଯୁଏଡ, ଦୀପକ ସେଲମା, ଗୁରୁଦୟାଲ ହଂସ ସହ ସହରରେ ବସବାସ କରୁଥିବା ୧୬ ଗୋଟି ୱାର୍ଡର ସମସ୍ତ ଯୁବ ଯାଦବ ସମାଜର କର୍ମକର୍ତା ଏବଂ ସାମାଜିକ କର୍ମୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.