oom

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ (ଏଲସିଡିସି)ର ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଡିସେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବିଷୟରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ଆଶା କର୍ମୀମାନେ ଏହି ଚିହ୍ନଟ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ୩୪୦ଜଣ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟିଙ୍ଗ ଅଧିକ କରି ଏହାର ପ୍ରତିକାର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଅଧିକ ଚିହ୍ନଟ ହୋଇଥିବା ଜାଗାରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର, ଘର ଘର ବୁଲି ସଚେତନ କରେଇବା ସହ, ଗ୍ରାମ ସଭା ମାଧ୍ୟମରେ ଚିହ୍ନଟଙ୍କୁ ତ୍ୱରାନ୍ୱିତ ଔଷଧ ଏବଂ ଚିକିତ୍ସା ଯୋଗେଇ ଦେବାକୁ ଆଲୋଚନା ହୋଇଥିଲା । ଡିସେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ତଦାରଖ କମିଟି ତତ୍ୱାବଧାନରେ କମ କରିବେ । ତଦାରଖ କମିଟିରେ ଜିଲ୍ଲାର ଅଭିଜ୍ଞ ଡାକ୍ତର ଓ ଅଧିକାରୀ ରହିବେ । ଜିଲ୍ଲାର ୧୪ଟି ବ୍ଲକରୁ ପ୍ରାୟତଃ ୧୮ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏଥିରେ ୨୧୫୦ଟି ଚିହ୍ନଟ ଦଳ ୩୮୬ ସୁପରଭାଇଜରଙ୍କ ତତ୍ୱାବଧାନରେ କାମ କରିବେ । ସନ୍ଦିଗ୍ଧଙ୍କୁ ଡାକ୍ତର ୩ଦିନ ଭିତରେ ପରୀକ୍ଷା କରି ରିପୋର୍ଟ ଦେବେ । ଡିସେମ୍ବର ୧୭ରେ ସମସ୍ତ ପ୍ରକ୍ରିୟା ସାରିବା ସହ ଡିସେମ୍ବର ୨୦ରେ ସଂପୂର୍ଣ୍ଣ ରିପୋର୍ଟ ଦାଖଲ ହେବ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି, ଏଡ଼ିପିଏଚ୍‌ଓ ସୁଧା ବାର୍ଲା, ଡାକ୍ତର ତୁଷାରକାନ୍ତ ଠାକୁର, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶଦାତା ଡାକ୍ତର ନିତୀଶ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଆଦି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.