କୁସକେଲା ପଞ୍ଚାୟତରେ ବ୍ଲକସ୍ତରୀୟ ଗଣ୍ଡା ସମାଜର ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁସକେଲା ଗ୍ରାମ ପଞ୍ଚାୟତରେ ବ୍ଲକସ୍ତରୀୟ ଗଣ୍ଡା ସମାଜର ସରପଞ୍ଚ ଶ୍ରୀମତୀ ପୁଷ୍ପା ମହାନନ୍ଦ ଓ ସମାଜସେବୀ ପ୍ରକାଶ ମହାନନ୍ଦଙ୍କ ସହଯୋଗ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୪ ଗୋଟି ପଞ୍ଚାୟତରୁ ସମାଜର ଅନେକ ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ସମାଜ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ଲୁଥୁରବନ୍ଧର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ହିଆଲ, ସିଲୁଆଁର ଦୁର୍ଯ୍ୟୋଧନ ଛୁରା, ନାଏବ ସରପଞ୍ଚ ଜିତେନ୍ଦ୍ର ମୁଗ୍ରି, କୁଶକେଲାର ପୂର୍ବତନ ସରପଞ୍ଚ ପିତାମ୍ବର ସିକ୍କା, ୱାର୍ଡ ମେମ୍ବର ଆନନ୍ଦିନି ସୁନା, ଆଶା ଦିଦି କଳ୍ପନା ସିକ୍କା, ଚିଦାନନ୍ଦ ସୁନା, ପୂର୍ବତନ ସମିତି ସଭ୍ୟ ବଳଦେବ ଶିକ୍କା ଯୋଗ ଦେଇ ଥିବା ବେଳେ ସଭାର ସଭାପତିତ୍ବ କରିଥିଲେ ବିସ୍କୁଟ ସିକ୍କା । ଏହି ଅବସରରେ କୁସକେଲା ସରପଞ୍ଚ ଶ୍ରୀମତୀ ପୁଷ୍ପା ମହାନନ୍ଦ ଓ ସମାଜସେବୀ ପ୍ରକାଶ ମହାନନ୍ଦ ସମାଜର ଉନ୍ନତି ନିମନ୍ତେ ଯାହା ବି ସହଯୋଗ ଲୋଡ଼ିବେ ଆମେ ସମାଜ ସହ ଛିଡ଼ା ହେବୁ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.