oom

ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସାମ୍ପ୍ରସାରିତ କାର୍ଯ୍ୟକାରୀ ସଦସ୍ୟଙ୍କର ବୈଠକ ସ୍ଥାନୀୟ ନରସିଂହ ମନ୍ଦିରଠାରେ ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଗାମୀ ଦିନରେ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ସଭ୍ୟଗଣ ନିଜ ନିଜର ମତବ୍ୟକ୍ତି କରିଥିଲେ । ସେଗୁଡିକ ହେଲା ଆସନ୍ତା ୧୧.୧୧.୨୦୨୩ ରବିବାର ଦିନ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ହେବ ଓ ୨୦ ବର୍ଷରୁ ଉଦ୍ଧ୍ୱର୍ ବଂଚିଥିବା ସମସ୍ତ ବ୍ରାହ୍ମଣମାନଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଳାଇବା ପାଇଁ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ପଣ୍ଡିତ କିଶୋର କୁମାର ମିଶ୍ର ଓ କିଶୋର କୁମାର ପୁରୋହିତଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ୱ ଦିଆଯିବା ସଙ୍ଗେ ସଙ୍ଗେ ସମସ୍ତେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା ।

ଗତ ମାସ ବୈଠକ ପରଠାରୁ ଯୋଗ ଦେଇଥିବା ନୂତନ ସଦସ୍ୟମାନଙ୍କୁ କମିଟି ସ୍ୱାଗତ କରିଥିଲେ, ସେମାନେ ହେଲେ ଜୟ ନାରାୟଣ ବେହେରା, ଧର୍ମ ପ୍ରସାଦ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ପାଣିଗ୍ରାହୀ, କପିମୁନି ନନ୍ଦ, ହରେରାମ ପାଣିଗ୍ରାହୀ, ସିଦେ୍ଧଶ୍ୱର ପାଣିଗ୍ରାହୀ, ସନ୍ତୋଷ କୁମାର ତ୍ରିପାଠୀ, ଜଗଦୀଶ ହୋତା, କିଶୋର ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ପ୍ରଦୀପ କୁମାର ମିଶ୍ର, କ୍ଷେତ୍ର ମୋହନ ପାଣିଗ୍ରାହୀ, ରାମକୃଷ୍ଣ ଦାଶ ଓ ପ୍ରଶାନ୍ତ କୁମାର ଶତପଥି । ଏହି ସଭାରେ କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ଉପସଭାପତି ଗୋପବନ୍ଧୁ ପୁରୋହିତ ଓ ବରିଷ୍ଠ ସଦସ୍ୟ ନୀଳମଣି ମିଶ୍ର, ରଘୁନାଥ ମିଶ୍ର, ପ୍ରଭାକର ମିଶ୍ର, ସନ୍ତୋଷ କୁମାର ଶତପଥି, ଦେବଦତ୍ତ ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ସଂକୀର୍ତ୍ତନ ତ୍ରିପାଠୀ, ବିଶ୍ୱନାଥ ଶତପଥି, ତପନ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ରଥ ଓ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.