ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ଭାଗବତ ତତ୍ତ୍ଵ ଯୋଗାଶ୍ରମଠାରେ ଓବିସି ମୋର୍ଚ୍ଚାର ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥଠାରେ ଅନୁଷ୍ଠିତ ହୋଇଥିବା ଓବିସି ମୋର୍ଚ୍ଚାର କାର୍ଯ୍ୟାନୁଷ୍ଠାନ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଶଙ୍କର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ଡ. ଶୁଭେନ୍ଦୁ ସାହୁ ଯୋଗଦାନ କରିଥିଲେ । ଓବିସିଙ୍କ ଅଧିକାର ପାଇଁ ଅନେକ ବିଷୟରେ ଆଲୋଚନା ହୋଇଥିଲା । ଓଡ଼ିଶାରେ ୫୨ ପ୍ରତିଶତ ଓବିସି ବର୍ଗର ଲୋକେଥିବାରୁ ଶିକ୍ଷା, ରାଜନୀତି, ଚାକିରି ଓ ସମସ୍ତ ଦିଗରେ ଓବିସି ବ୍ୟକ୍ତି ବିଶେଷଙ୍କୁ ୫୨ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପଦ୍ମପୁର ଉପଖଣ୍ଡସ୍ତରୀୟ ର୍କ୍ୟାାନୁଷ୍ଠାନ କମିଟି ଗଠନ କରାଗଲା ଧବଳେଶ୍ଵର ସାହୁ, ପରମାନନ୍ଦ ସାହା, ବଳରାମ ସାହୁ, ଯୁଧିଷ୍ଟିର ସାହୁଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ଵ ଦିଆଗଲା । ଆଇନଦାତା ଭାବେ ଆଇନଜୀବୀ ପ୍ରଶାନ୍ତ ମାଝୀ । ପଦ୍ମପୁର ଉପଖଣ୍ଡସ୍ତରୀୟ ଓବିସି ଯୁବ ମୋର୍ଚ୍ଚାର ମୁଖ୍ୟ ସଂଗଠକ ଭାବେ ଯୁବନେତା ରବିନାରାୟଣ ସାହୁ ଏବଂ ରାଜୀବ ସାହୁଙ୍କୁ ଦାୟିତ୍ଵ ଦିଆଗଲା । ଛାତ୍ର ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଶ୍ରମିକ ମୋର୍ଚ୍ଚା ସର୍ବସମ୍ମତି କ୍ରମେ ଗଠନ କରାଗଲା । ଡୋଲାମଣି ମାହାର, ପଦ୍ମପୁର ଉପଖଣ୍ଡ ସଭାପତି ଗୋବିନ୍ଦ ପଟେଲ ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
Next Post