ପେନ୍‌ସନ୍‌ ଭୋଗୀ କଳାକାରଙ୍କ ଜୋନ୍‌ ସ୍ତରୀୟ ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକ ସୀମାରେ ଥିବା ଶାନ୍ତିବନଠାରେ ନର୍ଲା ମ.ରାମପୁର, କର୍ଲମୁଣ୍ଡା ବ୍ଲକର ପେନ୍‌ସନ୍‌ ଭୋଗୀ କଳାକାରମାନଙ୍କୁ ନେଇ ଜୋନ୍‌ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ପେନ୍‌ସନ୍‌ ଭୋଗୀ କଳାକାର ସଂଘର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଧଙ୍ଗଡାମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ କଳା ଓ ସଂସ୍କୃତି ସଂଘ ଉପସଭାପତି ଭାଗିରଥୀ ଷଡଙ୍ଗୀ, ମ.ରାମପୁର ବ୍ଲକ ଉପସଭାପତି ଶ୍ରୀପତି ପଟ୍ଟନାଏକ, ଜିଲ୍ଲା କମିଟି ଉପସଭାପତି ସତ୍ୟନାରାୟଣ ମେହେର, ସହ ସମ୍ପାଦକ କାଁହୁ ଚରଣ ଗଉଡ଼ ପ୍ରମୁଖ ଯୋଗଦେଇ ପେନ୍‌ସନ୍‌ ଭୋଗୀ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ଥିବା କଳାକାରମାନଙ୍କୁ ସରକାରଙ୍କ ପେନ୍‌ସନ୍‌ ଯୋଜନାରେ ସାମିଲ କରିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ଜୋନ୍‌ ସ୍ତରୀୟ କମିଟି ସଭାପତି ଭାବେ ଶ୍ରୀପତି ପଟ୍ଟନାୟକ, ଉପସଭାପତି କ୍ଷୀର ସାଗର ସାହୁ, ସମ୍ପାଦକ ଗୋପାଳ ଚନ୍ଦ୍ର ବାରିକ, ସହସମ୍ପାଦକ ନବୀନ ବିଶ୍ୱାଳ, କୋଷାଧ୍ୟକ୍ଷ ଜଗ ମୋହନ ରଣା ପ୍ରମୁଖ ମନୋନୀତ ହୋଇଥିଲେ । ବୈଠକରେ ଦୁର୍ଗାପ୍ରସାଦ ସାହୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.