oom

ବଲାଙ୍ଗିର ଗୁଡିଆ ସମାଜର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଧୁ ବୈଶ୍ୟ (ଗୁଡିଆ) ସମାଜର ଏକ ବୈଠକ ସ୍ଥାନୀୟ ଗୁଡିଆ ସମାଜ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ଓ ସାଂଗଠାନିକ ବିଷୟ ଉପରେ ଆଲୋଚନା କରିଥିଲେ । ସମାଜର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ନିତ୍ୟାନନ୍ଦ ସାହୁ ଗଣେଷ ପ୍ରଭୁଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରି ସଭାକୁ ଉଦଘାଟନ କରିଥିଲେ । ପ୍ରଥମେ ଜାତି ସମାଜର ଦିବଂଗତ ସଦସ୍ୟାମାନେ ଯଥା ରାମ ପ୍ରସାଦ ସାହୁ, ଦେବେନ୍ଦ୍ର ସାହୁ, ବତ୍ସରାଜ ଚୋପଦାର, ଡା. ଶ୍ରୀମନ୍ତ ସାହୁ, ସୁରେଶ ଚନ୍ଦ୍ର ସାହୁ, ରାମଜୀ ସରାଫ ଓ ନିତ୍ୟାନନ୍ଦ ପୃଷ୍ଟିଙ୍କ ବିୟୋଗରେ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଭାପତି ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ୬୦୪ ଅଙ୍କ ରଖି କୃତିତ୍ୱ ଅର୍ଜନ କରିଥିବା ସ୍ମରଣିକା ସାହୁଙ୍କୁ ମୁଖ୍ୟ ଅତିଥି ତଥା ବଲାଙ୍ଗିର ଉପକଣ୍ଠ ସ୍ତରୀୟ ବିଜୁଳି ବିଭାଗର ପ୍ରବଂଧକ ସତ୍ୟରଂଜନ ସାହୁ ଗୁଡିଆ ସମାଜ ତରଫରୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ସତ୍ୟ ରଂଜନ ସାହୁ ଏ ସମ୍ବର୍ଦ୍ଧନ ଉତ୍ସବଟି ଆଗକୁ ସମାଜର ଅନ୍ୟାନ୍ୟ ଯୁବକ ଯୁବତୀମାନଙ୍କ ପାଇଁ ପ୍ରେରଣା ଦାୟକ ହେବ ବୋଲି କହିଥିଲେ । ଏଥିରେ ସଭାପତି ମନୋରଂଜନ ସାହୁ ସ୍ମରଣିକାର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସଂପାଦକ ଜୟକୃଷ୍ଣ ସାହୁ ପ୍ରତିଭାର ଉନ୍ମୋଚନ ପାଇଁ ସମାଜ ତରଫରୁ ଛାତ୍ର ଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।ସଭାକାର୍ଯ୍ୟର ଆଲୋଚନାରେ ଅନ୍ୟାନ୍ୟମାନଙ୍କ ମଧ୍ୟରୁ ଶିକ୍ଷାବିତ୍‌ ଦିବ୍ୟ ସିଂ ସାହୁ, ସହର ସଂପାଦକ ରମେଶ ଚନ୍ଦ୍ର ସାହୁ, ଆଇନଜିବୀ ସରୋଜ ଗୁପ୍ତା, ଶତୃଜିତ ସାହୁ, ସ୍ମାରକ ସରାଫ, ଆଶିଷ ସାହୁ, ପ୍ରଦୀପ ଚୋପଦାର, ଅନ୍ତର୍ଯ୍ୟାମି ସାହୁ, ରାଜୁ ସରାଫ, ବଟକୃଷ୍ଣ ସାହୁ, ରାମେଶ୍ୱର ସାହୁ, ପ୍ରଭାତି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.