oom

ଡଙ୍ଗରପଡା ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗୁରିଠାରେ ଡଙ୍ଗରପଡ଼ା ଗ୍ରାମପଞ୍ଚାୟତସ୍ତରୀୟ ଯୁବ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ ତଥା ଯାଦବ ସମାଜର ବନ୍ଧୁ ମିଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ତେଜୁରାମ ବାଗ ଓ ମହାଦେବ ଟାହାଣିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପର୍ବ ପାଳନ ହେବା ପରେ ପରବର୍ତ୍ତୀ ସମୟରେ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ରହିଥାଏ । ସେନେଇ ଜୋରସୋରରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ଏହି ବୈଠକରେ ଯାଦବ ସମାଜର ରାଏଧର ମହାକୁର, ସୁଧାମୟ ଟାହାଣି, ତୁଲେଶ୍ୱର ଗହୀର, ବୁଠି ଟାହାଣୀ, ହରି ଟାହାଣୀ, ସୁରେନ୍ଦ୍ର ଚନ୍ଦନ, ଅକୁଂର ଠେଲା, ଜଗନ୍ନାଥ ଠେଲା, ଦଶରଥ କଟା, ରବିଚନ୍ଦ୍ରନ ବନଛୋର, କୁମର ଛତ୍ରିଆ, ରାମ ବାଗ, ଜଗନ୍ନାଥ ବନଛୋର, ସୁଦର୍ଶନ ବନଛୋର, ବାହାଦୂର ବନଛୋର, ଗୋପାଳ ବନଛୋର, ତ୍ରିନାଥ ଠେଲା ଏବଂ ଯାଦବ ସମାଜର ପିଅନ କଲିନ୍ଦ୍ର ଗହିରଙ୍କ ସମେତ ଶତାଧିକ ଯାଦବ ସମାଜର ଲୋକମାନେ ଉପସ୍ଥିତ ଥିଲେ । ଶେଷରେ ମହାଦେବ ଟାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.