oom

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ବର୍ଷ ପୂର୍ବେ କିଛି ହାତଗଣତି ସଦସ୍ୟଙ୍କୁ ନେଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ତାହା ଜିଲ୍ଲା ବ୍ୟାପି ଏକ ବଡ ପରିବାରରେ ପରିଣତ ହୋଇପାରିଛି । ଉକ୍ତ ବୈଠକରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଡା. ବେଣୁଧର ପାଣ୍ଡେ, ଅମିତ ମହାନ୍ତି, ଟୁନା ମିଶ୍ର, ଉତ୍ତମ ନନ୍ଦ, ସନ୍ଦୀପ ବାଗ, ଏମ୍.ଡି. ଶେଖ ୱାହୀଦ, ଗୋପାଳ ପ୍ରଧାନ, ଧନଞ୍ଜୟ ପାଣିଗ୍ରାହୀ, ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଜିଲ୍ଲାର ସମସ୍ତ ସଦସ୍ୟ/ସଦସ୍ୟା ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହିପରି ଭାବରେ ସମାଜସେବା ପ୍ରତି ସର୍ବଦା ସମର୍ପିତ ମନୋଭାବ ନେଇ ସଂଗଠନ କାର୍ଯ୍ୟ ଜାରି ରହୁ ବୋଲି ଉପଦେଷ୍ଟା ମଣ୍ଡଳୀ ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ଆହ୍ୱାନ ଦେଇ ଉତ୍ସାହିତ କରିଥିଲେ । ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ୧୪ ଗୋଟି ବ୍ଲକ, ୨ ଗୋଟି ପୌର ପରିଷଦ ଏବଂ ୩ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଶାଖାମାନଙ୍କର ପଦପଦବୀ ଏହି ବୈଠକରେ ଘୋଷଣା କରାଯାଇଥିଲା । ଏହାସହ ବଲାଙ୍ଗିର ଜିଲ୍ଲା ମହିଳା ସ୍ୱେଚ୍ଛାସେବୀ ସଂଗଠନ ଗଠନ କରାଯାଇ ବିଭିନ୍ନ ପଦପଦବୀ ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ସମାଜସେବାରେ ସମର୍ପିତ ସଦସ୍ୟଙ୍କୁ ଉତ୍ସାହିତ କରିବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନର ଜିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀ ସମ୍ପାଦକୀୟ ପଠନ ସହିତ ସଭା ପରିଚାଳନା କରିଥିଲେ । ଶେଷରେ ସୁମିତ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବୈଠକ ଆୟୋଜନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.