centurian jitm

ଆନ୍ଦୋଳନର ଚେତାବନୀ ପରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିକୁ ବୈଠକ ଡାକିଲେ ଉପଜିଲ୍ଲାପାଳ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ତରଫରୁ ପାଇକମାଲ ବ୍ଲକ୍ ଘେରାଉ କରାଯାଇଥିଲା । ପାଇକମାଲ ବ୍ଲକ୍‌ର ନକଲି ଆଦିବାସୀ ସମିତି ସଭ୍ୟ ସଞ୍ଜିବ ବାରିକଙ୍କୁ ହଟାଇବା ପାଇଁ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୧୩ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ତାର କିଛି ପଦକ୍ଷେପ ପ୍ରଶାସନ ନେଉନାହିଁ । ଏଥିପାଇଁ ପଦ୍ମପୁର ସବ୍ ଡିଭିଜନ୍‌ର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଉପଜିଲ୍ଲାପାଳ ନିଜେ ପଦ୍ମପୁର ତହସିଲଦାର, ଗାଇସିଲେଟ ତହସିଲଦାର, ବିଜେପୁର ତହସିଲଦାର, ସୋହେଲା ତହସିଲଦାର, ପାଇକମାଲ ତହସିଲଦାର, ଝାରବନ୍ଧ ତହସିଲଦାର ୬ଟି ତହସିଲଦାରଙ୍କୁ ଡାକି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ସହିତ ବୈଠକ ବସିଥିଲା । ଏହି ବୈଠକ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ବରଗଡ଼ ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, ପଦ୍ମପୁର ବ୍ଲକ୍ ସଭାପତି ବାମନ ଧରୁଆ, ସୋହେଲା ବ୍ଲକ୍ ସଭାପତି ଧନଞ୍ଜୟ ବରିହା, ଗାଇସିଲେଟର ସଞ୍ଜୟ ଜରଜରିଆ, ଭାଗିରଥି ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପଦ୍ମପୁର ସବ୍ ଡିଭିଜନ୍‌ର ୪ ଡିସିମିଲର ଘରଡ଼ିହ ପଟ୍ଟା ପାଇଥିବା ବ୍ୟକ୍ତିମାନଙ୍କୁ ଦଖଳ ଯୋଗାଇ ଦେବା ପାଇଁଁ, ଭୂମିହୀନମାନଙ୍କୁ ଘରଡ଼ିହ ଯୋଗାଇ ଦେବା ପାଇଁଁ ଜମିବାଡ଼ି ସମସ୍ୟା ଏବଂ ବିଭିନ୍ନ ସମସ୍ୟାର ସମାଧାନ୍ ପାଇଁ ଆଲୋଚନା ହୋଇଥିଲା । ଯଦି ପ୍ରଶାସନ ସମସ୍ୟାର ସମାଧାନ ଅତି ଶୀଘ୍ର ନ କଲେ ଆସନ୍ତା ୧୧ ତାରିଖ ଦିନ ଠାର ଆମରଣ ଅନଶନରେ ବସିବ ଏବଂ ୧୩ ତାରିଖ ଦିନ ହଜାର୍ ହଜାର୍ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ବିରାଟ ଆନ୍ଦୋଳନ କରିବା ପାଇଁ ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.