jayashree

ବଲାଙ୍ଗିର ଜିଲ୍ଲା ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘର ଏକ ଜରୁରୀ ବେଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ୨୦୨୨ ମସିହାରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କର ସେବା ପୁସ୍ତିକା ଖୋଲାଯାଇ ସେମାନଙ୍କୁ ଏ ବର୍ଷରେ ଯଥା ସମୟରେ ବାର୍ଷିକ ବୃଦ୍ଧି ପ୍ରଦାନ କରାଯାଇଥିବାରୁ ବଲାଙ୍ଗିର ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ମହୋଦୟ ତଥା ଅଫିସର କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଗଲା । ୨୦୧୬ ରୁ ୨୦୨୧ ମଧ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସେବା ପୁସ୍ତିକା ଖୋଲିବା ତଥା ନିୟମିତକରଣ ବିଳମ୍ବ ଜନିତ ବକେୟା ଶୀଘ୍ର ପ୍ରଦାନ ପାଇଁ ଶିକ୍ଷା ଅଧିକାରୀ ମହୋଦୟଙ୍କୁ ଅନୁରୋଧ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା । ମାନ୍ୟବର ମୁଖ୍ୟନ୍ତ୍ରୀଙ୍କ ଘୋଷଣା ଅନୁସାରେ ୨୦୧୦ରୁ ୨୦୧୪ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଅନୁରୋଧ ରଖିବାର ପ୍ରସ୍ତାବ ଆସିଲା । ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ପ୍ରଦତ୍ତ ଉପହାର କିପରି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପାଇବେ, ସେ ବିଷୟରେ ବିଷଦ ଆଲୋଚନା ହୋଇଥିଲା । ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପୁରୁଣା ପେନସନ, ୬ ବର୍ଷ ଚୁକ୍ତି ଅବଧି ଗଣନା ଓ ସମସ୍ତଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବୀ ନେଇ ୨୦୦୪ରୁ ୨୦୨୨ ମାସିହା ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକ ଏକଜୁଟ ହୋଇ ଆଗାମୀ ବିଧାନସଭା ଅଧିବେଶନରେ ଲୋୟର ପିଏମ୍‌ଜି ଭୁବନେଶ୍ୱରରେ ଧାରଣା ଦେବେ ବୋଲି ମତ ପ୍ରକାଶ ପାଇଥିଲା । ସଭାରେ ସଭାପତି ରାଜ କୁମାର ଭୋଇ, ସମ୍ପାଦକ ବିର କିଶୋର ସୁନା, ନରେଶ ଦ୍ୱାରୀ, ଶେଷଦେବ ସାହୁ, ସେବଦତ୍ତ ପଧାନ, ବିବେକାନନ୍ଦ ପାତ୍ର, ଦ୍ୱିତି ରଞ୍ଜନ ମହାଲିଙ୍ଗ, ଡୋଳାମଣି ସାହୁ ପ୍ରଭୃତି ଶିକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.