om academy

ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟ କୁମାର ସାହୁ ( ଝାରବନ୍ଧ ବ୍ଲକ ଏବିଓ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସଂସ୍କାର ବିଷୟରେ ତଥା ଠିକ୍ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରିବା ତଥା କର୍ତ୍ତବ୍ୟ ହିଁ ଭଗବାନ ଭାବନା ରଖି କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଗୁରୁଜୀ ଗୁରୁମାଙ୍କୁ ମାର୍ଗଦର୍ଶନ କରିଥିଲେ । ସଂକୁଳ ସଂଯୋଜକ ଯୁବରାଜ ପଧାନ ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ ନୂତନ ଶିକ୍ଷା ନୀତି ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁଷମା ବିଶ୍ୱାଳ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂକୁଳସ୍ତରର ୯ଟି ବିଦ୍ୟାଳୟରୁ ୯୬ ଜଣ ଗୁରୁଜୀ ଗୁରୁମା ଯୋଗଦାନ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ପରିଷଦ ବୈଠକରେ ଦୁର୍ବାଦଳ ସାହୁ ଗୁରୁଜୀ (ପ୍ରଥମ ଶ୍ରେଣୀ ଗଣିତ) କାହ୍ନୁ ଚରଣ ସାହୁ (ପଞ୍ଚମ ଶ୍ରେଣୀ ଇଂରାଜୀ) ତରଣୀ ସେନ ବାରିକ (ସପ୍ତମ ଶ୍ରେଣୀ ଇଂରାଜୀ) ଶୋଭା ଚନ୍ଦ୍ର ସ୍ୱାଇଁ (ସପ୍ତମ ଶ୍ରେଣୀ ଭୂଗୋଳ) ଆଦର୍ଶ ଶିକ୍ଷାଦାନ କାଳାଂଶଗୁଡିକ ଶିକ୍ଷାଦାନ କରିଥିଲେ । ପରେ ସମସ୍ତ ବିଷୟର କଠିନତା ଦୂରିକରଣ ଉପରେ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.