ଏଆଇଟିୟୁସିର ତିନି ଦିନିଆ କର୍ମଶାଳାର ସଫଳତା ପାଇଁ ଜିଲ୍ଲା କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ତରଫରୁ ଆସନ୍ତା ସେପ୍ଟେମ୍ବର ୮, ୯ ଓ ୧୦ ତିନି ଦିନ ଧରି ବଲାଙ୍ଗିରଠାରେ ଅନୁଷ୍ଠିତ ହେବାକୁ ଥିବା ତିନି ଦିନିଆ କର୍ମଶାଳାର ସଫଳତା ପାଇଁ ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗ ଦେଇ ଏଆଟିୟୁସିର ରାଜ୍ୟ ସାଧାରଣ ସଂପାଦକ ସାଥୀ ବିଜୟ ଜେନା ତାଙ୍କ ବକ୍ତବ୍ୟରେ ସାଂପ୍ରତିକ ଦେଶର ରାଜନୈତିକ, ଅର୍ଥନୈତିକ ସଂକଟ, ଦୈନନ୍ଦିନ ଶ୍ରମିକ ଶ୍ରେଣୀ ଉପରେ ହେଉଥିବା ଆକ୍ରମଣ ସଂପର୍କରେ ନେତୃସ୍ଥାନୀୟ ସାଥୀମାନଙ୍କୁ ତାଲିମ ପ୍ରଦାନ ଅପରିହାର୍ଯ୍ୟ ହୋଇ ପଡିଛି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନ ଅର୍ଥାତ ଉଦ୍‌ଘାଟନ ସମାରୋହକୁ ଏଆଇଟିୟୁସିର ସର୍ବ ଭାରତୀୟ ଉପସଭାପତି ସାଥୀ ବିଦ୍ୟାସାଗର ଗିରି ଉଦ୍‌ଘାଟନ କରିବେ । ବିଭିନ୍ନ ବିଷୟ ତଥା ଏଆଇଟିୟୁସିର ଇତିହାସ ସାଂପ୍ରତିକ ରାଜନୈତିକ, ଅର୍ଥନୈତିକ ସ୍ଥିତି ଓ ଶ୍ରମିକ ଶ୍ରେଣୀ ପ୍ରତି ଆହ୍ୱାନ, ଶ୍ରମିକ ବିରୋଧି ଶ୍ରମ କୋର୍ଡ କଣ କାହିଁକି କାହା ପାଇଁ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ତାଲିମ ପ୍ରଦାନ କରାଯିବ । ଏହି ବୈଠକରେ ଜିଲ୍ଲା ସଂପାଦକ ଦେବାଶିଷ ବାବୁ ପ୍ରାରମ୍ଭିକ ସୂଚନା ଦେଲା ପରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତିର୍ଥ ପ୍ରଧାନ, ସରସ୍ୱତି ଶର୍ମା, ପ୍ରବୀର କୁମାର କମ୍ପ, ଜଗବନ୍ଧୁ ବେହେରା, ସାଏବୁ ନନ୍ଦ, ଖାରୁଆ ମଲ୍ଲିକ, ପଂଚୁ ପଟେଲ ପ୍ରମୁଖ କର୍ମଶାଳା ସଫଳତା ପାଇଁ ଆହ୍ୱାନ କରିଥିଲେ ।

jittmm
Leave A Reply

Your email address will not be published.