ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଇଚ୍ଛାପଡା ଆଦିବାସୀ ଭବନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସଭାପତି, ପ୍ରତିନିଧି, କର୍ମକର୍ତ୍ତା ଭାଗ ନେଇ ଆଦିବାସୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ଜମି, ନକଲି ଆଦିବାସୀ ଭୂ-ସଂସ୍କାର ଆଇନକୁ ଅଣଦେଖା, ଆଦିବାସୀ ନିର୍ଯ୍ୟାତନାର ବୈଠକ ନ ହେବା ଏହା ବଲାଙ୍ଗିର ଜିଲ୍ଲା ଆଦିବାସୀଙ୍କ ପ୍ରତି ଅନ୍ୟାୟ ବୋଲି ସଭାରେ କହିଥିଲେ । କର୍ମକର୍ତ୍ତାମାନେ ବୈଠକ ସରିଲା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଯାଇ ଭେଟିବା ପରେ ନକଲି ଆଦିବାସୀ ହଟାଅ, ଜଙ୍ଗଲ ଜମି ପଟ୍ଟା ଦିଅ ନଚେତ ଘେରାଓ ହେବ ବୋଲି ଚେତାବନୀ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ, ସମ୍ପାଦକ ପୁରୁଷୋତ୍ତମ ଧରୁଆ, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ବସନ୍ତ ଭାଟି, ହିମାନନ୍ଦ ଭୋଇ, ଦୁଃଖିଶ୍ୟାମ ଭୋଇ, କାହ୍ନୁ ଚରଣ ପଧାନ, ଘନଶ୍ୟମ ପ୍ରଧାନୀ, ଘିନା ଭୋଇ ତତ୍‌ ସହିତ ଅଶୋକ ବୁଡେକ, ଯଥା ବିଶ୍ୱାଲ, ଦୈତାରୀ ଭୋଇ, ସୁରେଶ ଭୋଇ, ରଣାକାନ୍ତି ଭୋଇ, ଲେକୃ ଭୋଇ, ସତ୍ୟନାରାୟଣ କୁମୁରାଙ୍କ ସହ ଅନ୍ୟାନ୍ୟ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.