ବାଲାଣି ପାଟ ପୂଜା ପାଇଁ ପ୍ରସ୍ତୁତି ବୈଠକ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡର ଇନ୍ଦରପୁର ଗ୍ରାମ ସ୍ଥିତ ପଞ୍ଚପାଲିଠାରେ ମା’ ବଲାଣିଙ୍କ ପୂଜା ୨ ବର୍ଷ ବ୍ୟବଧାନରେ ଥରେ ହେଉଥିବା ବେଳେ ଏହି ପୂଜାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ମା’ଙ୍କ ଦର୍ଶନ ଲାଭ କରିଥାନ୍ତି । ମା’ ବଲାଣିଙ୍କ ପାଖରେ ମାନସିକ ରଖିଲେ ମାନସିକ ପୂରଣ ହେଉଥିବା ବିଶ୍ୱାସ ରଖି ଆଖପାଖ ଅଞ୍ଚଳର ଲୋକଙ୍କ ବ୍ୟତୀତ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିଥାନ୍ତି । ୨ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ମା’ ବଲାଣିଙ୍କ ପୂଜା ହେବାକୁ ଯାଉଥିବା ବେଳେ ଗତକାଲି ପୀଠ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଚଳିତ ବର୍ଷ ହେବାକୁ ଥିବା ବଡ଼ପୂଜାର ତାରିଖ ଧାର୍ଯ୍ୟ କରିବା ସହିତ ପୂଜାକୁ ଶୃଙ୍ଖଳିତ କରିବା ପାଇଁ ନାନା ଆଲୋଚନା କରାଯାଇଥିଲା । ୨୪-୦୯-୨୦୨୩(ରବିବାର) ଦିନ ପୂଜା ତାରିଖ କମିଟି ଧାର୍ଯ୍ୟ କରିଥିବା ଜଣାପଡିଛି । ଏହି ସଭାରେ କମିଟିର ସଭାପତି ନିତ୍ୟାନନ୍ଦ ବେହେରା, ସମ୍ପାଦକ ଚିତ୍ତରଞ୍ଜନ ଖମାରୀ, ପାଞ୍ଜିକାର ଚୂଡ଼ାମଣି ମହାପାତ୍ର, ମୁକୁନ୍ଦଦେବ ଶତପଥୀ, ସଭାର ଅତିଥି କେନାଭେଟା ପଞ୍ଚାୟତର ନାଏବ ସରପଞ୍ଚ ଶିବସୁନ୍ଦର ରାଉତ, ରଘୁନାଥ କିଷାନ, ରଞ୍ଜିତ ନାୟକ, ପ୍ରମୋଦ ନାଏକ, ରବୀନ୍ଦ୍ର ବେହେରା, ଶୁକଦେବ ଦଣ୍ଡପାଟ, ସୁର ଦଣ୍ଡପାଟ, ସଙ୍ଗୀତ କାଲୋ ଏବଂ ପ୍ରତ୍ୟେକ ଗ୍ରାମର ସଭ୍ୟଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.