ସ୍ୱାଭିମାନ ପରିବାରର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନଠାରେ ସ୍ୱାଭିମାନ ପରିବାରର ବାର୍ଷିକ ବୈଠକ ସ୍ୱାଭିମାନ ପରିବାରର ସଭାପତି ରମ୍ୟ ରଞ୍ଜନ ସାହୁ, ସମ୍ପାଦକ ରିକୁନ ମିଶ୍ର, ସହ-ସଂପାଦକ ସଞ୍ଜୀବ ସାହୁ ଏବଂ ସ୍ୱାଭିମାନ ପରିବାରର ମାର୍ଗଦର୍ଶକ ଟୁନା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ୱାଭିମାନ ପରିବାରର ବର୍ଷକ ମଧ୍ୟରେ ହୋଇଥିବା ସାମାଜିକ କାମ, ଆଗାମୀ ଭବିଷ୍ୟତରେ ହେବାକୁ ଯାଉଥିବା କାମକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ସଭାପତି ସୁଦାମ ମେହେର, ବ୍ଲକ ସମ୍ପାଦକ ବାଳଗୋପାଳ ମିଶ୍ର, କଣ୍ଟାବାଞ୍ଜି ବ୍ଲକ ସଭାପତି ରାଜୁ ବାରିକ, ବ୍ଲକ ସମ୍ପାଦକ ସୋମନାଥ ଭୋଇ ଏବଂ ବେଲପଡା ବ୍ଲକ ସଭାପତି ଜନାର୍ଦ୍ଦନ ସିଂ ଏବଂ ସମ୍ପାଦକ ସିପୁନ ଖମାରିଙ୍କୁ ଚୟନ କରାଯାଇ ତାଙ୍କ ବ୍ଲକର କାର୍ଯ୍ୟାଭାର ଦିଆଯାଇଥିଲା । ଏହାକୁ ଆମ ପରିବାରର ସକ୍ରିୟ ସଦସ୍ୟ ସୁବାସ ମଟାରୀ, ଆଶିଷ ଶତପଥି, ଯୋଗେଶ ସାହୁ, ମନିଷ ସାହୁ, ସୌରଭ ବିଶ୍ୱାଳ, ଅରୁଣ ଶର୍ମା, ଜିତୁ ନାୟକ, ସୁଶାନ୍ତ ପଧାନ, ଆଲୋକ ପଟେଲ, ଅଲେକ୍ସ ଡାଙ୍ଗ, ଜ୍ୟୋତି ପଟେଲ, ଚକ୍ରଧର ମେହେର ଏବଂ ପରିବାରର ଅନ୍ୟ ସଦସ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.