oom

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ରାଜ୍ୟ ସଂଘର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା ଦିଲ୍ଲୀପ ବହିଦାର, ରାଜ କିଶୋର ସାହୁ, ଭୁବନେଶ୍ୱର ଦ୍ୱିବେଦୀ, ଆଚାର୍ଯ୍ୟ ସୁଚିତ୍ର ସୁନା, ମୁଖ୍ୟବକ୍ତା ବିକ୍ରମ କେଶରୀ ମିଶ୍ରଙ୍କ ଉପସ୍ଥିତିରେ ମଧୁସୂଦନ ନାୟକଙ୍କ ସଂଯୋଜନାରେ ସଭା କାର୍ଯ୍ୟଟି ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହ ସମ୍ପାଦିକା ଅନୁପମା ପ୍ରହରାଜ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସଭାରେ ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ଜିଲ୍ଲା ସହ ସମ୍ପାଦିକା ବିଜୟ ଲକ୍ଷ୍ମୀ ମିଶ୍ର, ପ୍ରମୋଦ ସା, ପୂର୍ବତନ ସଭାପତି ଇନ୍ଦୁଭୂଷଣ ଡାଙ୍ଗଙ୍କୁ ସମ୍ବର୍ଦ୍ଧିତ କରିବା ସହ, ପଦୋନ୍ନତି ପାଇଥିବା ଶିକ୍ଷକ ଆଦିତ୍ୟ ଦାନି, ତୁଷାର କର୍ମୀ, ଅନିଲ ବେହେରା, ଶାନ୍ତିଲତା ସାହୁ, ବସନ୍ତ ବୁଡେକ, ବିପିନ ବୁଡେକ, ଦୁର୍ଯ୍ୟୋଧନ ପସାୟତ ଭଳି କୃତି ଶିକ୍ଷକଙ୍କୁ ସ୍ୱାଗତ କରାଯାଇଥିଲା । ସଭାରେ ଅଲ ଇଣ୍ଡିଆ ନାଁରେ ଓପିଏସ୍‌ ରଥ ନାମରେ ଯେଉଁ ଶିକ୍ଷକ ଅନୁଦାନକୁ ଦୁରୁପଯୋଗ କରାଯାଉଛି, ତାକୁ ପ୍ରତିହତ କରିବା ଏବଂ ଯେଉଁମାନେ ପଦୋନ୍ନତିକୁ ବନ୍ଦ କରୁଛନ୍ତି ତାଙ୍କୁ ଅସହଯୋଗ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଗଲା । ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ୁଥିଲେ ମଧ୍ୟ ରାସନ କୋଷ୍ଟ ବଢ଼ୁନାହିଁ, ଏଥିପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଗଲା । ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ, ସ୍କୁଲ ପରିଦର୍ଶନ ଓ ପରିଦର୍ଶକ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷାଦାନ କାର୍ଯ୍ୟ ପାଇଁ ସରକାରଙ୍କୁ ଅନୁରୋଧ କରାଗଲା । ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖାତାପତ୍ର, କଲମ ଓ ବ୍ୟାଗ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦ୍ୟେରେ ସ୍ମାରକ ପତ୍ର ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଗଲା । ଶେଷରେ ରାଜ୍ୟ ସହସମ୍ପାଦକ ପ୍ରଶାନ୍ତ ପୁରୋହିତ ଓ ମହିଳା ସେଲ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପଟେଲଙ୍କୁ ସମ୍ମାନିତ କରାଗଲା । ବୌଦ୍ଧ ଜିଲ୍ଲା ସଂଘ ଶିଶିର ଖଟୁଆ ପୁରୁଣା ପେନସନ ଉପରେ ଆନ୍ଦୋଳନ ଚାଲୁ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମ୍ବଲପୁର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନାଥ ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସଭା କାର୍ଯ୍ୟ ସମାପନ ଘୋଷଣା କଲେ ସଭାନେତ୍ରୀ ଶାନ୍ତିଲତା ସାହୁ ।

jittmm
Leave A Reply

Your email address will not be published.