oom

ସଇଁତଲା ରେଡ଼କ୍ରସ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରଠାରେ ଦୃଷ୍ଟି ବାଧିତ, ବୌଦ୍ଧିକ ଭିନ୍ନକ୍ଷମ ଓ ଶ୍ରବଣ ବାଧିତ ବିଦ୍ୟାଳୟର ପରିଚାଳନା କମିଟି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ତଥା କମିଟିର ଚେୟାରମ୍ୟାନ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପରିଚାଳନା କମିଟିର ବୈଠକ ଦୀର୍ଘ ୧୨ ବର୍ଷ ପରେ ହୋଇଥିବାରୁ ସମସ୍ତ କମିଟି ସଦସ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣା କହିଲେ ଯେ, ଭିନ୍ନକ୍ଷମ ବିଦ୍ୟାଳର ବୈଠକ ପ୍ରତି ୩ ମାସରେ ଅନୁଷ୍ଠିତ ହେବ, ଏଥିରେ ଦୃଷ୍ଟି ବାଧିତ ବିଦ୍ୟାଳୟ ପାଇଁ ୧୦୦ଟି ସିଟ୍‌, ହଷ୍ଟେଲ, ବିଦ୍ୟାଳୟ ଗୃହ, ଡାଇନିଙ୍ଗ ହଲ, ଶୌଚାଳୟ, ସ୍କୁଲ ପରିସରରେ ଆଲୋକ ବ୍ୟବସ୍ଥା କରିବା, ଗେଟ ସମ୍ମୁଖରେ ଗାର୍ଡ ଗୃହ, ସିସିଟିଭି ଲଗାଇବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟ ଅନ୍ତେବାସୀଙ୍କ ନିମନ୍ତେ ୭୦ ଗୋଟି ଖଟ ଜିଲ୍ଲା ରେଡ଼କ୍ରସ ଫଣ୍ଡରୁ ଯୋଗାଇ ଦେବା ପାଇଁ ଜିଲ୍ଲା ରେଡ଼କ୍ରସ ସଂଯୋଜିକାଙ୍କୁ ଜିଲ୍ଲାପାଳ ନିଦ୍ଦେଶ ଦେଇଛନ୍ତି । ଶ୍ରବଣ ବାଧିତ ଛାତ୍ରୀ ଅନ୍ତେବାସୀଙ୍କ ପାଇଁ ଅତିରିକ୍ତ ଛାତ୍ରୀ ନିବାସ ଗୃହ ନିର୍ମାଣ କରିବା ପାଇଁ ସଇଁତଲା ବିଡ଼ିଓଙ୍କୁ ଜିଲ୍ଲାପାଳ ଶ୍ରୀ ରାଣା ଆଦେଶ ଦେଇଛନ୍ତି । ଏହି ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ପରିଚାଳନା କମିଟିର ଉପାଧ୍ୟକ୍ଷ ଦୟାମୟ ପାଢ଼ୀ, ପିଡିଡ଼ିଆର୍‌ଡ଼ିଏ ସୁଶାନ୍ତ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ରେଡ଼କ୍ରସ ସଂଯୋଜିକା ଶୁଭସ୍ମିତା ମିଶ୍ର, ଡ଼ିଏସ୍‌ଏସ୍‌ଓ ଘନଶ୍ୟାମ ମୁନ, ସଇଁତଲା ତହସିଲଦାର ମାନସ ଫିଲ କେରକେଟା, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ମେଡିକାଲ ଅଫିସର ସମରେନ୍ଦ୍ର ମହାପାତ୍ର, ବ୍ଲକ ନିର୍ବାହୀ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା, ସରପଞ୍ଚ ସୁବ୍ରତ ନାଗ, ଦୃଷ୍ଟି ବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁଶ୍ରୀ କମଳାକାନ୍ତ ଶତପଥି, ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବାନନ୍ଦ ସାହୁ ଓ ଶ୍ରବଣ ବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଇଁତଲା ବିଡ଼ିଓ ତଥା ଭିନ୍ନକ୍ଷମ ବିଦ୍ୟାଳୟ ସମ୍ପାଦକ ଚନ୍ଦ୍ରମଣି ନାଗ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.