ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ୫ଟା ସମୟରେ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପ୍ରଣବ କୁମାର କୁଅଁରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ଅଙ୍ଗୋଲିଆ (୬୬୨ ଯୁକ୍ତ ଦୁଇ ଓ ଯୁକ୍ତ ୩) ମହାବିଦ୍ୟାଳୟ ଶିକ୍ଷକ ଅଣଶିକ୍ଷକ କର୍ମଚାରୀଙ୍କ ଏକ ଜରୁରୀ ବୈଠକ ଶ୍ରୀ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଜକୁ ପ୍ରାୟ ଦୀର୍ଘ ୧୫୫ ଦିନ ରାଜଧାନୀର ରାଜରାସ୍ତାରେ ଖରାବର୍ଷାକୁ ଖାତିର ନ କରି ନିଜର ନ୍ୟାର୍ଯ୍ୟଦାବୀ ହାସଲ ପାଇଁ ଅଧ୍ୟାପକ କର୍ମଚାରୀ ଆନ୍ଦୋଳନରତ ଥିଲେ ସୁଦ୍ଧା ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଆଜି ପର୍ଯ୍ୟନ୍ତ ଭଙ୍ଗ ହୋଇନାହିଁ । ତେଣୁ ରାଜ୍ୟ ସଂଗଠନର ଆହ୍ୱାନକ୍ରମେ ଆସନ୍ତା ତା.୧୨.୦୭.୨୦୨୩ ରିଖ ଦିନ ୧୧ଟା ସମୟରେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ଜିଲ୍ଲା ଅଧ୍ୟାପକ କର୍ମଚାରୀବୃନ୍ଦ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଛି । ଉକ୍ତ ବୈଠକରେ ରାଜେଶ ମିଶ୍ର, କାର୍ତ୍ତିକେଶ୍ୱର ଷଡଙ୍ଗୀ, ଶାନ୍ତନୁ ପାତ୍ର, ଅମିତାଭ ଠାକୁର, ଅଜିତ ଭୋଇ, ସୁରେଶ ଷଡଙ୍ଗୀ, ସଞ୍ଜୟ ସିଂ, କବିରାଜ ଭୋଇ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ସଂପାଦକ ଛବିଳ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post