ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ତିର୍ଥ ପଧାନଙ୍କ ସଭାପତିତ୍ୱରେ ସମସ୍ତ ୧୪ ଗୋଟି ବ୍ଲକ ଓ ୫ ଗୋଟି ସହରାଞ୍ଚଳ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପ୍ରଶାସନର ଆଶା କର୍ମୀମାନଙ୍କ ପ୍ରତି ଦୋମୁହା ନୀତି ଅବଲମ୍ବନ କରୁଥିବା ବିରୋଧରେ ଦୃଢ ନିନ୍ଦା କରିଥିଲେ । ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ନଦୀବନ୍ଧ ପ୍ରକଳ୍ପ ହେବା ଫଳରେ ଉଭୟ ବଲାଙ୍ଗିର ବ୍ଲକ ଅଧିନସ୍ଥ ଚୁଡାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ବିସ୍ଥାପିତ ହେଉଥିବା ଗ୍ରାମର ସମୁଦାୟ ୧୮ ଜଣ ଆଶା କର୍ମୀଙ୍କୁ ସେମାନଙ୍କ ମାସିକ ସୁନିଶ୍ଚିତ ଭତ୍ତା ପ୍ରଦାନ କରିବା ସହିତ ଆଶା ସମନ୍ଧିତ କାର୍ଯ୍ୟକଳାପ ଜିଲ୍ଲା ପ୍ରଶାସନ ବନ୍ଦ ଆଦେଶ ଦେଇ ଥିବାରୁ ସଭାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରାଯାଇଛି । ଛଟେଇ କରାଯାଇଥିବା ଆଶା କର୍ମୀମାନଙ୍କୁ ମାସିକ ସୁନିଶ୍ଚିତ ଭତ୍ତା ପ୍ରତିମାସ ଦେବା ସହିତ ତୁରନ୍ତ ସେମାନଙ୍କୁ କାମ କରିବା ପାଇଁ ପୁନଃ ଅନୁମତି ଦିଆନଯାଏ ତେବେ ଆଗାମୀ ଦିନରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା କମିଟି ରାଜରାସ୍ତାକୁ ଓହ୍ଲାଇବା ସହିତ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିରୋଧରେ ଧାରଣ ଦେବାକୁ ନିଷ୍ପତ୍ତି ନେଇଛି । ମମତା ବାଗ, ପୁଷ୍ପ କୁମ୍ଭାର, ମମତା କଚ୍ଛପ, ତପିସା ନାଗ, ମାଧବୀ ବେହେରା ପ୍ରମୁଖ ମଂଚାସୀନ ଥାଇ ଛଟେଇ କରାଯାଇଥିବା ଆଶା କର୍ମୀଙ୍କୁ ପୁନଃ କାର୍ଯ୍ୟ କରିବା ପାଇଁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ସଭାରେ ମିନାକ୍ଷି ଜେନା, ବାସନ୍ତି ସେଠ, ପ୍ରଗତି ପଣ୍ଡା, ଶୋଭାଗିନୀ ତ୍ରିପାଠି, କଲ୍ୟାଣି ସାହୁ, ସଂଯୁକ୍ତା ବେହେରା, ସୁକାନ୍ତି ଚିରଗୁନ, ସତ୍ୟବତୀ ସାମଲ, ରୋହିଣୀ ପଟେଲ, ବାସନ୍ତି ବାରିକ, ପଦ୍ମାବତୀ ଥପା, ସୁକାନ୍ତି ଭୁଏ, ବିଜୟଲକ୍ଷ୍ମୀ ଖୁଟୁଲା, ପଦ୍ମନାଭ ପଟେଲ, ଖାରୁଆ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ନିଜର ମତାମତ ଉପସ୍ଥାପନ କରିଥିଲେ । ଶେଷରେ ଜିଲ୍ଲା ଉପଦେଷ୍ଟା ସଏବୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.