ସଂଯୁକ୍ତ ମୋର୍ଚ୍ଚା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୁଏ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର, ଜିଲ୍ଲା ଉପସଭାପତି ସରୋଜ ସାମଲ, ବରିଷ୍ଠ ନେତା ମୋହନ ନାୟକ, ହରିହର ସାହୁ, ଜିଲ୍ଲା ପରିଷଦ ସଭ୍ୟ ମକରଧ୍ବଜ ବଗାର, ସରସ୍ଵତୀ ସାହୁ ପ୍ରମୁଖ ଯୋଗଦାନ କରି ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ମାର୍ଗଦର୍ଶନ କରିଥିଲେ । କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ଆଗାମୀ ୧୩-୧୪ ତାରିଖ ପଦ୍ମପୁରଠାରେ ସଂଯୁକ୍ତ ମୋର୍ଚ୍ଚା ସମାବେଶ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ମଣ୍ଡଳ ସଭାପତି କୈଲାସ ଦିଶ୍ରୀ, ଝାରବନ୍ଧ ମଣ୍ତଳ ସଭାପତି ଚିନ୍ତାମଣି ରାଉତ, ବରିକେଲ ମଣ୍ଡଳ ସଭାପତି ଦିବ୍ୟ କିଶୋର ପ୍ରଧାନ, ଲଳିତ ଜଗତ, ଅଶୋକ ମିଶ୍ର, ସତ୍ୟ ବେହେରା, ରୋଶନ ପାଣିଗ୍ରାହୀ, କୁନାଲ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ସୁଶାନ୍ତ ନାଗଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.