ଭବାନୀପାଟଣାଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସମନ୍ୱୟ କମିଟି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ଜିଲ୍ଲାପାଳ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଯୁବପିଢୀଙ୍କୁ ତମାଖୁ ସେବନର ଭୟାବହ ପରିଣାମ ବିଷୟରେ ସଚେତନତା ଓ ନିରାକରଣ ଅଭିଯାନ ଉପରେ ବିଶେଷ ଆଲୋଚନା ହୋଇଥିଲା । ତମାଖୁ ମୁକ୍ତ ଜିଲ୍ଲା ପାଇଁ ବିଭିନ୍ନ ପଦକ୍ଷେପ ସଚେତନତା କାର୍ଯ୍ୟକ୍ରମ, ବିଦ୍ୟାଳୟମାନଙ୍କରେ ତମାଖୁ ମୁକ୍ତ ପରିବେଶ, ଉଙଚଞଇ ନିୟମ ୨୦୨୩କୁ ରୂପାୟନ ଓ ତ୍ୱରାନ୍ୱିତ ପଦକ୍ଷେପ, ସ୍କାଡ ଓ ଫାଇନ୍, ତମାଖୁ ମୁକ୍ତ ଗ୍ରାମ ଘୋଷଣା ଉପରେ ବିଶେଷ ଯୋଜନାକୁ ରୂପାୟନ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଵେଚ୍ଛାସେବୀ ସଂସ୍ଥା, ସଂପୃକ୍ତ ସରକାରୀ ଅଧିକାରୀ, ଶିକ୍ଷକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି । ୨୦୨୨-୨୩ରେ କାର୍ଯ୍ୟକାରୀ ସ୍କ୍ୱାର୍ଡ ଦ୍ଵାରା ୧୨ଟି ଜାଗାରେ ଚଢାଉ କରାଯାଇ ୧୮୧ ଆଇନ ଉଲଘଂନକାରୀଙ୍କଠାରୁ ୩୩,୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୧.୫.୨୦୨୩ ରୁ ୩୧.୭.୨୦୨୩ ପର୍ଯ୍ୟନ୍ତ ଚାଲୁରହିବ ।୨୦୨୩-୨୪ରେ ୯୨ ବିଦ୍ୟାଳୟ ଏବଂ ୬ ମହାବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ରୂପେ ଘୋଷଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବୈଠକରେ ସିଡିଏମ୍‌ଓ ଡ. ଗିରିଶ ଚନ୍ଦ୍ର ରାଉତ, ଡିପିଏଚଓ ଡ ମନୋ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, ଡିପିଏମ୍‌ ଅବନୀ ମହାପାତ୍ର, ଡିଆଇପିଆର୍ ଓ ମନୋଜ ବେହେରା, ଡିଏଲଓ ସୁବାସ ଚନ୍ଦ୍ର ମଣ୍ଡଳ, ଡିପିଓ ପ୍ରହ୍ଲାଦ ପ୍ରଧାନ, ଅବକାରୀ ଅଧିକ୍ଷକ ରଞ୍ଜନ ନାୟକ, ସଞ୍ଜୟ ମିଶ୍ର ଆଇପିଇ, ଡିଇଓ ତଥା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏପିଡେମୀଓଲୋଜିଷ୍ଟ୍ ନିହାର ରଞ୍ଜନ ଠାକୁର ।

Leave A Reply

Your email address will not be published.

error: Content is protected !!