ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ କୃଷକ ସଙ୍ଗଠନର ସୁବାଷ ପଧାନଙ୍କ ସଭାପତିତ୍ୱରେ ତାଲପଦର ଠାରେ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବ୍ଲକର ୨୪ଟି ପଂଚାୟତର କୃଷକ ସଙ୍ଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନାନୁସାରେ ଗତ ୨୦୨୦ ମସିହା ବିଳମ୍ବିତ ବର୍ଷା ଯୋଗୁଁ ମାଳଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ଓ ବାହାଲ ଜମିରେ କ୍ରପ କଟିଂ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ବିଜେପୁର ବ୍ଲକର କୌଣସି ବି ଚାଷୀ ଏପର୍ୟ୍ୟନ୍ତ ଫସଲବୀମା ପାଇନାହାନ୍ତି ଓ ତାହାର ଫଳାଫଳ ମଧ୍ୟ ଜାଣିପାରୁ ନାହାନ୍ତି । ଏଚଡିଏଫସି ବ୍ୟାଙ୍କ ଜାଣିଶୁଣି ଫଳାଫଳକୁ ପ୍ରତିକ୍ରିୟା ହେବା ଆଳରେ ଜଣାଉ ନାହାନ୍ତି ବୋଲି ବରଗଡ଼ ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ ଓ ବୀମା କମ୍ପାନୀକୁ ଲିଖିତ ଅଭିଯୋଗ କରିବା ପାଇଁ ବିଜେପୁର ବ୍ଲକ କୃଷି ସଂଗଠନ ନିଷ୍ପତ୍ତି ନେଇଛି । ବକେୟା ରହିଥିବା ୨୦୧୮ ମସିହାର ଶସ୍ୟବୀମା ପ୍ରଦାନ ନିମନ୍ତେ ହାଇକୋର୍ଟରେ ମାମଲା ଦାୟର କରିବାକୁ ସ୍ଥିର ହୋଇଛି । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ବିଜେପୁର ବ୍ଲକରେ ଅଭାବୀ ବର୍ଷା ଯୋଗୁଁ ଚାଷୀ ଏକ ଘୋର ମରୁଡ଼ିର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହା ବିଭାଗୀୟ ଅଧିକାରୀଙ୍କୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।