om academy

ସମ୍ୱଲପୁରୀ ଦିନ, ନାଟ୍ୟ ମହୋତ୍ସବ ଓ କ୍ଷୁଦ୍ର ଫିଲ୍ମ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର କାର୍ଯ୍ୟକାରୀ ସଭାପତି ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ପଦ୍ମପୁର ସ୍ଥିତ ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସମ୍ୱଲପୁରୀ ଦିନ ପାଳନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଗତ ବର୍ଷ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଅଗଷ୍ଟ ଏକ ତାରିଖ ସମ୍ବଲପୁରୀ ଦିନ ପାଳନ କିପରି କରାଯିବ ସେନେଇ ଆଲୋଚନା ହୋଇଥିଲା ଏହି ଦିନରେ ସମ୍ବଲପୁରୀ ଖେମା ସମ୍ବଲପୁରୀ ପିନ୍ଧମା ସମ୍ୱଲପୁରୀ ନାଚମା କବିତା ପଢ଼ମା ଆଉ ନାଟ ବି କରମା ବୋଲି ଆଲୋଚନା ହେଲା । କବି କଳାକାର ଆଉ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯିବ । ସିରଜିନା ଅନୁଷ୍ଠାନ ତରଫରୁ ଏହି ବର୍ଷ ଦୁଇ ଦିନ ଧରି ନାଟ୍ୟ ମହୋତ୍ସବ ଓ କ୍ଷୁଦ୍ର ଫିଲ୍ମ ମହୋତ୍ସବ ବି କରାଯିବ ବୋଲି ସମ୍ପାଦକ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ କୁଞ୍ଜ ବିହାରୀ ସରାଫ, ରାଜେଶ ଗୁର୍ଲ୍ଲା, କିଶୋର ପାତ୍ର, ଡ଼ ଅବନୀ କାନ୍ତ ସାହୁ, ଦୀପକ ଦାଶ, ଲବ ସାହୁ, ଆଦିତ୍ୟ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଭୀଷ୍ମ ଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.