centurian jitm

ଜୁନ ୨୨ରେ ବଲାଙ୍ଗିର ବନ୍ଦ ଡାକରା : ପଶ୍ଚିମ ଓଡିଶା ମହିଳା ସଂଗଠନର ପ୍ରସ୍ତୁତି ବୈଠକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ସମାଜରେ ଜାତି ଜାତି ଓ ଧର୍ମ ଧର୍ମରୁ ଆହୁରି ବଡ ବିଭେଦ ମହିଳା ଓ ପୁରୁଷ ସମାଜ ମଧ୍ୟରେ ରହିଛି । ଗୀତା ଭାଗବତ, କୋରାନ ଓ ବାଇବେଲର ପବିତ୍ର ସଂଦେଶ ମଧ୍ୟ ସମାଜରେ ନାରୀକୁ ତାର ପ୍ରକୃତ ହକ ଦେଇ ପାରିନାହିଁ । ଅନେକ କ୍ଷେତ୍ରରେ ପୁରୁଷ କୈନ୍ଦ୍ରିକ ସମାଜ ନାରୀକୁ କେବଳ ଏକ ବସ୍ତୁରେ ପରିଣତ କରିଛି । ଉଦ୍ଦେଶ୍ୟ ହାସଲ ହେଲା ପରେ ଅଳିଆ ଗଦାରେ ଫିଙ୍ଗି ଦେଉଛି । ବିଭିନ୍ନ କାରଣରୁ ପୁରୁଷ ସମାଜ ଦ୍ୱାରା ଦଳିତ ନିଷ୍ପେସିତ ମହିଳାଙ୍କୁ ଆଇନ ଅଦାଲତ ମଧ୍ୟ ନ୍ୟାୟ ଦେଇ ପାରୁ ନଥିବା ଅନେକାଂଶରେ ଦେଖିବାକୁ ମିଳୁଛି । ତେବେ ଏଭଳି ସ୍ଥିତିରେ ନାରୀ ସମାଜକୁ ହିଁ ନାରୀମାନଙ୍କ ହକ ଓ ନ୍ୟାୟର ଲଢେଇ ଲଢିବାକୁ ହେବ । ଜିଲ୍ଲାର ନାରୀ ସମାଜକୁ ଏକଜୁଟ କରି ବିଭିନ୍ନ ମହିଳାଙ୍କ ପାଇଁ ନ୍ୟାୟ ଦାବୀ ନେଇ ପଶ୍ଚିମ ଓଡିଶା ମହିଳା ସଂଗଠନ ଆସନ୍ତା ଜୁନ ୨୨ ତାରିଖରେ ବଲାଙ୍ଗିର ବନ୍ଦ ପାଇଁ ସମର୍ଥନ ଲୋଡିବ । ଏଥିରେ ବଲାଙ୍ଗିରର ସମସ୍ତ ଜନସାଧାରଣ, ସାମାଜିକ, ବ୍ୟବସାୟିକ ଓ ରାଜନୈତିକ ଅନୁଷ୍ଠାନକୁ ସହେଯାଗ କରିବା ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ ଆହ୍ୱାନ କରିଛନ୍ତି ।
ପୀଡିତା ମହିଳାଙ୍କୁ ନ୍ୟାୟ ଓ ମହିଳାମାନଙ୍କ ସୁରକ୍ଷା ସମସ୍ୟାକୁ ନେଇ ଆସନ୍ତା ଜୁନ ୨୨ ତାରିଖରେ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ବନ୍ଦର ଡାକରା ଦେଇଥିଲା । ସେହିକ୍ରମରେ ଆଜି ସ୍ଥାନୀୟ ଯାଦବ ଭବନଠାରେ ସଂଗଠନ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରି ସହର ତଥା ଜିଲ୍ଲାର ବିଭିନ୍ନ ସାମଜିକ ସଂଗଠନମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇଥିଲା । ସଭା ପ୍ରାରମ୍ଭରୁ ସଂଗଠନର ସଭାନେତ୍ରୀ ଶ୍ରୀମତୀ ନନ୍ଦ ଜିଲ୍ଲା ତଥା ରାଜ୍ୟରେ ନାରୀମାନଙ୍କ ଅବସ୍ଥା ଉପରେ ବଖାଣୀ ଥିଲେ । ବିଭିନ୍ନ ବ୍ୟବସ୍ଥା ସତ୍ୱେ ନାରୀମାନେ ଘରେ, ବାହାରେ, ଅଫିସ, କେଉଁଠି ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି କହିଥିଲେ । ଅମାନବୀୟ ଆକ୍ରମଣ ଓ ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ଈତିଶ୍ରୀ, ପରି, ବେବିନା, କୁନ୍ଦୁଲି ପୀଡିତା ମମିତା ଓ ସୁର୍ଯ୍ୟକାନ୍ତୀ ଏଯାଏଁଁ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ସ୍ନେହଲତା ବର୍ବର ହତ୍ୟାକାଣ୍ଡକୁ ଦୀର୍ଘ ୮ ବର୍ଷ ପୁରି ଯାଇଥିଲେ ସୁଦ୍ଧା ଏଯାଏଁ ଘଟଣାର ଚାର୍ଜସିଟ ମଧ୍ୟ ଦାଖଲ ହୋଇପାରି ନାହିଁ । ସେହିପରି ଭୀମ ଭୋଇ ମେଡିକାଲ କଲେଜରେ ଜୀବନ ହରାଇଥିବା ଡାକ୍ତରି ଛାତ୍ରୀ ନିରୁପମା ନନ୍ଦ, ଯୁବଦୋୟ କଲେଜ ଛାତ୍ରୀ ଆଶା ମେହେର ଓ ବଙ୍ଗୋମୁଣ୍ଡା ବ୍ଲକର ପୂଜା ଜୈନ ଘଟଣା ଏବେ ବି ଅସମାହିତ ହୋଇ ରହିଛି । ଏସ୍‌ବି ଘଟଣାରେ ପୀଡିତାମାନଙ୍କୁ ନ୍ୟାୟ ଦାବୀରେ ସଂଗଠନ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ବନ୍ଦର ଡାକରା ଦେଇଛି । ସଂଗଠନ ବଲାଙ୍ଗିର ସହର ଓ ଜିଲ୍ଲାର ସମସ୍ତ ଅଗ୍ରଣୀ ସଂଗଠନ ସହ ଯୋଗାଯୋଗ କରି ସହଯୋଗ ଲୋଡି ଏହି ବନ୍ଦକୁ ସଫଳ କରିବ ବୋଲି ଶ୍ରୀମତୀ ନନ୍ଦ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦିକା ସୁଷମା ବଏ, ସହ ସଂପାଦିକା ସୁନୀତା ଭୋଇଙ୍କ ସମେତ ଟିଟିଲାଗଡ ଗରିବ ସେନାର ବିରେନ୍ଦ୍ର ବାଗ, ସୁବାଷ ଛତର, ବିନୋଦ ମୁଗ୍ରୀ, ଆଗଲପୁରର ସୁରେଶ ମହାନନ୍ଦ, ସଇଁନ୍ତଳାର ଦ୍ରୋପଦୀ ଦାସ, ସୁଷମା ବଏ, ପୁଇଁନ୍ତଳା ସୁଲୟା ସୁନା ଓ ବଲାଙ୍ଗିରର ଜ୍ୟୋତିଶ ମୁଗ୍ରୀ, ଦୀନେଶ ନାଗ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତାମତ ଦେଇଥିଲେ ।

Leave A Reply

Your email address will not be published.