ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ମାଲପଡା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ମାସିକିଆ ବୈଠକରେ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ୧୪ ଓ ୧୫ ନଂ. ୱାର୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ ଆସିଥିଲା ଯଥା ମାଲପଡାର ଅଧିକାଂଶ ରାସ୍ତା କଚ୍ଚା ଥିବାରୁ ପିଚୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବହୁବାର ଅନୁରୋଧ ସତ୍ତେ୍ୱ ପଦକ୍ଷେପ ନିଆଯାଉନାହିଁ, ମାଲପଡା ସ୍କୁଲ ପ୍ରାୟ ଭାଙ୍ଗି ଗଲାଣି, ପିଲାମାନେ ଅତି ଶୋଚନୀୟ ଅବସ୍ଥାରେ ପାଠ ପଢୁଛନ୍ତି ଏଣୁ ନୂତନ ଗୃହ ପାଇଁ ଅନୁରୋଧ କରାଗଲା, ନିୟମିତ ପିଏଚ୍‌ଡି ପିଇବା ପାଣି ଛାଡିବାକୁ ଅନୁରୋଧ ସତ୍ତେ୍ୱ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଣୁ ସମୟବର୍ତ୍ତୀ ଅନୁସାରେ ପାଣି ଦିଆଯାଉ, ମ୍ୟୁନିସିପାଲିଟି ପକ୍କା ଡ୍ରେନ ନ କରିବାରୁ ବଳକା ପାଣି ରାସ୍ତା ଉପରକୁ ଚାଲି ଆସୁଛି । ଏଣୁ ପଦକ୍ଷେପ ନେବାକୁ ମ୍ୟୁନିସିପାଲିଟିକୁ ଅନୁରୋଧ କରାଗଲା, ମ୍ୟୁନିସିପାଲିଟିକୁ ପଡାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୱାର୍ଡ ପାଇଁ ଏକ ସଭାଗୃହ ତିଆରି ପାଇଁ ଅନୁରୋଧ କରାଯାଇଥିଲା । ଉକ୍ତ ବୈଠକରେ ଗୋପବନ୍ଧୁ ପୁରୋହିତ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ତରୁଣ କୁମାର ମିଶ୍ର, ଆକୁଳ ବେହେରା, ଛବିଲାଲ ବେହେରା, ଦିବାକର ହୋତା, ଅଶୋକ କୁମାର ଚାନ୍ଦ, ଦେବଜିତ ଯୋଷୀ, ବାସୁଦେବ ନାଗ ଯୋଗଦାନ କରି ମନ୍ତବ୍ୟ ପ୍ରତିପାଦାନ କରିଥିଲେ । ଶେଷରେ ସଭାପତି ସମସ୍ତ ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.