oom

ବିଜେପିର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ରିଷିଡା ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ସଂଜୟ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା ସଂପାଦିକା ପ୍ରଭାତି ଭୋଇ, ମଣ୍ଡଳ ପ୍ରଭାରୀ ଘନଶ୍ୟାମ ଗହୀର, ଉପଦେଷ୍ଟା ଦଇତରାମ ସୁନା, ମ.ରାମପୁର ମଣ୍ଡଳ ସଭାପତି ପ୍ରତାପ ରଣା, ଜିଲ୍ଲା ଏସ୍‌.ସି ମୋର୍ଚ୍ଚା ସଂପାଦକ ରାଜୁ ଭୋଇ, ସଂଗଠକ ରଶ୍ମିରଂଜନ ମିଶ୍ର ପ୍ରମୁଖ ଯୋଗଦେଇ ଦଳୀୟ ସଂଗଠନ ସୁଦୃଢ କରିବା ସହ ଘରକୁ ଘର ଯାଇ କେନ୍ଦ୍ରୀୟ ଯୋଜନା ଉପରେ ଲୋକମାନଙ୍କୁ ସଚେତନ କରିବାକୁ ଆହ୍ୱାନ ଦେଇଥିଲେ । ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର ସଭା ସଂଚାଳନ କରିଥିବା ବେଳେ ମଣ୍ଡଳ କୋଷାଧ୍ୟକ୍ଷ ଡୋଳାମଣି ଭୋଇ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବନମାଳୀ ସାହୁ, ମଣ୍ଡଳ ସାଧାରଣ ସଂପାଦକ ଲିଙ୍ଗରାଜ ସାହୁ ଓ ସୁଶୀଳ ସାହୁ, ଯୁବ ମୋର୍ଚ୍ଚା ସଭାପତି ଗୁଣନିଧି ସାହୁ, ଏସ୍‌.ସି ମୋର୍ଚ୍ଚା ସଭାପତି ସୁଧିର ତାଣ୍ଡିଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.