oom

ଭକ୍ତ ଦାସିଆ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପର୍ବର ପ୍ରସ୍ତୁତି ବୈଠକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ପିପିଲି ବ୍ଲକ ଅର୍ନ୍ତଗତ ବାଲିଗାଁଠାରେ ଭକ୍ତ ଦାସିଆ ଆଂଚଳିକ କମିଟିର ସଦସ୍ୟମାନଙ୍କୁ ନେଇ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଡ଼. ଘନଶ୍ୟାମ ସ୍ୱାଇଁ ପୀଠ ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପର୍ବ, ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମକୁ ଉପସ୍ଥିତ ସଦସ୍ୟମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶ୍ରୀମନ୍ଦିର ପୁରୀରେ ଉପରୋକ୍ତ ପର୍ବପର୍ବାଣୀର କାର୍ଯ୍ୟଧାରାକୁ ଅନୁସରଣ କରି ଭକ୍ତ ଦାସିଆଙ୍କ ପୀଠରେ ଯଥା ରୀତିନୀତି ସହ ପାଳନ କରାଯିବା ପାଇଁ ସଭାପତି ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ସଭାକାର୍ଯ୍ୟର ପ୍ରାରମ୍ଭରୁ ଚଳିତ ମାସରେ ପଞ୍ଜିକୃତ ହୋଇଥିବା ନୂତନ ସଦସ୍ୟମାନଙ୍କୁ ସଭାପତି ସମ୍ବର୍ଦ୍ଧନା ଜଣାଇଥିଲେ । ପୀଠ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୈନଦିନ ଅନ୍ନପ୍ରସାଦ ଭୋଗର ଆର୍ଥିକ ଅଭାବ ଦୂର କରିବା ପାଇଁ ପ୍ରତ୍ୟେକ ସଦସ୍ୟ ନିଜ ନିଜର ଜନ୍ମଦିନରେ ଅନ୍ନପ୍ରସାଦ ଅନୁଦାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ପୀଠ ସ୍ଥିତ ଦେବାଦେବୀଙ୍କ ଦୈନନ୍ଦିନ ନୀତିର ସୁପରିଚାଳନା ପାଇଁ ଆଂଚଳିକ କମିଟିର ସଦସ୍ୟମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଉକ୍ତ ଆଲୋଚନାରେ ଆଂଚଳିକ କମିଟିର ସଦସ୍ୟ ଦିବାକର ପ୍ରଧାନ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡ଼ା, ବିଶିଷ୍ଟ ସମାଜସେବୀ ଚିତରଂଜନ ସେନାପତି, ବରିଷ୍ଠ ସଦସ୍ୟ ଗୌରହରି ମହାନ୍ତି, ଆଇନଜୀବୀ ସୂର୍ଯ୍ୟନାରାୟଣ ଦାଶ, ରୋଟାରୀଆନ୍‌ ଜୟପ୍ରକାଶ ମିଶ୍ର, ଅବନୀକାନ୍ତ ପଟ୍ଟଯୋଶୀ, ରମେଶ ଚନ୍ଦ୍ର ପ୍ରଧାନ, ସ୍ୱୟଂ ପ୍ରକାଶ ପରିଡ଼ା, ଡ଼ାକ୍ତର ମନୋରଂଜନ ପଟ୍ଟନାୟକ, ଅର୍ଜ୍ଜୁନ ଚରଣ ମାଝି, ବ୍ରଜବନ୍ଧୁ ପ୍ରଧାନ, ବ୍ରଜବନ୍ଧୁ ଦାଶ, ପ୍ରତାପ ଦାଶ, ପବିତ୍ର ମଲ୍ଲିକ, କୁଷ୍ଣଚନ୍ଦ୍ର ଲେଙ୍କା ତଥା ବାଲି ଗ୍ରାମର ଗ୍ରାମବାସୀବୃନ୍ଦ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.