oom

ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବିଏସ୍‌ଏସ୍‌ପଡାରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ମହୋତ୍ସବକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କର ଶୀତଳ ଷଷ୍ଠୀ ମହୋତ୍ସବ କିପରି ମହାଆଡମ୍ବରରେ ହେବ ତାହା ସ୍ତିରୀକୃତ ହୋଇଛି । ଏଥର କନ୍ୟା ପିତା ଓ ବର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି ମାଲପଡା ନିବାସୀ ସନ୍ତୋଷ ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ଲିନା ଅଗ୍ରୱାଲ, କନ୍ୟା ପିତା ବିରେନ୍ଦ୍ର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ଅଳ୍ପନା ଅଗ୍ରୱାଲ । ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ସମୀର କୁମାର ସାହାଣି, ଉପସଭାପତି ବଳରାମ ରାଉତ, ସଂପାଦକ ବଣ୍ଟି ମିଶ୍ର, ସହସଂପାଦକ ସୁଦର୍ଶନ ନାଏକ, କୋଷାଧ୍ୟକ୍ଷ ସଂଜିବ ସାହୁଙ୍କ ସମେତ ଦୁଷ୍ମନ୍ତ ଚୋପଦାର, ସୁଦେଶ ସାହୁ, ପେଟୁ ସାହାଣୀ, ଅନାଦି ପଟ୍ଟନାୟକ, ଲଳିତ ପୁଝାରୀ, ଶୈଳେଶ ସାହୁ, ସୁରଞ୍ଜିତ ସାହାଣି, ଦେବାଶିଷ ପୁରୋହିତ, ବିଭୁପ୍ରସାଦ ଷଡଙ୍ଗୀ, ଯୁଧିଷ୍ଟିର ବରାଇ, ବିକ୍ରାନ୍ତ ଚୋପଦାର, ରାଜେଶ ସାହୁ, ଶିବାନନ୍ଦ, ନିଖିଲ, ପିଙ୍କୁ, ଶିବ, ପ୍ରଭାତ, ସୁନିଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.