କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଶୁକ୍ରବାର ଦିନ ଶ୍ରୀ ହନୁମାନ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକର ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ଗୁରୁବାର ସଂଧ୍ୟା ସାଢେ ୬ଟାରେ ଥାନା ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ହନୁମାନ ଜୟନ୍ତୀ ଏବଂ ଆମ୍ବେଦକର ଜୟନ୍ତୀ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ଉଭୟ ଦୁଇ କମିଟିର କର୍ମକର୍ତ୍ତା ଏବଂ ସହରର ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ୱାର୍ଡ ସଭ୍ୟ/ସଭ୍ୟାମାନଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ବୈଠକରେ ଉଭୟ କମିଟି ନିଜ ନିଜ ସୁଚିନ୍ତିତ ମତାମତ ଦେବା ସହ ଶୋଭାଯାତ୍ରାରେ କିପରି ବିଶୃଙ୍ଖଳା ନ ହେବ ସେ ନେଇ ଆଲୋଚନା ହୋଇଥିଲା । ଉଭୟ ଦୁଇ ଗୋଷ୍ଠୀର କର୍ମକର୍ତ୍ତା କିପରି ଶୋଭାଯାତ୍ର ବେଳେ ଆଇନ ଶୃଙ୍ଖଳାରେ କୌଣସି ବିଚ୍ୟୁତି ନ ହେବ ସେ ନେଇ ଉଭୟ ଗୋଷ୍ଠୀର ଭୋଲେଂଟିୟରମାନଙ୍କ ଦ୍ୱାରା ନିୟନ୍ତ୍ରଣ କରିବା ପାଇଁ ଆଲୋଚନା ହୋଇଥିଲା । ଯାହା ଉଭୟ ଗୋଷ୍ଠୀ ସହମତି ପ୍ରଦାନ କରିଥିଲେ । ଶୋଭାଯାତ୍ରା ବେଳେ ନିଜର ରୁଟ୍ ମୁତାବକ ସରକାରୀ ଡାକ୍ତରଖାନା ପରିସରରେ କୌଣସି ପ୍ରକାର ଡିଜେ କିମ୍ବା ଡାକବାଜି ଯନ୍ତ୍ର ନ ବଜାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢି, ଭାରାପ୍ରାପ୍ତ ପୋଲିସ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ତହସିଲଦାର ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅମୃତଲାଲ ବେହେରା, ଥାନା ଆଇଆଇସି ରଶ୍ମିତା ବେହେରା ଉପସ୍ଥିତ ଥିବା ବେଳେ ଉପନଗରପାଳ ମନୋରମା ରାଉତ ସହିତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ସହ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ବିଭିନ୍ନ ସଂପ୍ରଦାୟର ବ୍ୟକ୍ତିବିଶେଷ, ବଜରଂଗ ଦଳ ଓ ଆମ୍ବେଦକର ଜୟନ୍ତୀ ପାଳନ କମିଟିର ସଦସ୍ୟବୃନ୍ଦ, ଆମ ପୋଲିସ ସଭ୍ୟ ସହ ଖବରଦାତା ଉପସ୍ଥିତ ଥିଲେ ।
Prev Post