centurian jitm

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ନରସିଂହ ମନ୍ଦିର ପ୍ରାଙ୍ଗଣରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମଲିଆ ଗଡୁଆ ଗତ ବାର୍ଷିକ ସାଧାରଣ ସଭାର ବିବରଣୀ ପାଠ କରିଥିଲେ ଏବଂ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଆଜିକାର ବୈଠକରେ ୧୦ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ସର୍ବମୋଟ ୧୯ ଜଣ ଉପସ୍ଥିତ ରହି ସଭାକାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକାରିଣୀ ସଭ୍ୟ ମନୋରଂଜନ ମିଶ୍ର ରୋଗାକ୍ରାନ୍ତ ତଥା ଶଯ୍ୟାଶାୟୀ ସଭ୍ୟଙ୍କ ସାକ୍ଷାତ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହି ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଶଯ୍ୟାଶାୟୀ ସଭ୍ୟମାନଙ୍କ ଘରକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୂର୍ବରୁ ମେଧାବୀ ଛାତ୍ରମାନଙ୍କୁ ସଂଘ ତରଫରୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇଥିଲା । ଯେହେତୁ ସମସ୍ତ ପିଲାଙ୍କୁ ସରକାରଙ୍କ ତରଫରୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି ଏହାର ଆବଶ୍ୟକତା ନାହିଁ ବୋଲି ଆଜିକାର ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା । ସଂପାଦକ ସଭ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଉପସ୍ଥିତ ସଭ୍ୟଙ୍କୁ ଜଣେ ଲେଖାଏଁ ନୂତନ ସଭ୍ୟ ଆଣିବା ପାଇଁ ଅନୁରୋଧ କରିଥିଲେ । ଏହି ବିଷୟରେ ଆଲୋଚନା କରାଗଲା ଏବଂ ପ୍ରତ୍ୟେକ ସଭ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ନାରୀ ସଦସ୍ୟତା ବୃଦ୍ଧି କରିବା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିକାର ବୈଠକରେ ପ୍ରମାନନ୍ଦ ପଟେଲ ଅବସରପ୍ରାପ୍ତ ଶିକ୍ଷକ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିଲେ । ପରିଶେଷରେ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.