ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ଟାରେ ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିରଠାରେ ଜିଲ୍ଲା ସମନ୍ୱୟ ସମିତି ବଲାଙ୍ଗିରର ନୂତନ କମିଟିର ପ୍ରଥମ ଅଧିବେଶନ କମିଟିର ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ୧୪ଟି ବ୍ଲକର କାର୍ଯ୍ୟକ୍ରମ ବିଷୟରେ ସମୀକ୍ଷା କରାଯାଇଥିଲା । ତା’ ସଙ୍ଗେ ସଙ୍ଗେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ବିଷୟରେ ଆଲୋଚନା କରାଯାଇ ଏ ବର୍ଷ ଅନ୍ୟାନ୍ୟ ୧୦ହଜାର ଛାତ୍ର ଛାତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପରୀକ୍ଷାରେ ସାମିଲ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । କୁରସୁଡ ଗ୍ରାମରେ ଏକ ପ୍ରଜ୍ଞାପୀଠ ସ୍ଥାପନ ପାଇଁ ଟିକେରାମ ସାହୁ ୧୦ ଡିସିମିଲ ଭୂମି ଦାନ କରିଥିବାରୁ ତାଙ୍କୁ ତିଳକ କରାଯାଇଥିଲା । ଆଜିର ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ଜିଲ୍ଲା କମିଟି, ଉପଦେଷ୍ଟା ମଣ୍ଡଳୀ, ମହିଳା କମିଟି ତଥା ଗାୟତ୍ରୀ ପରିବାରର ପରିଜନମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତା’ପରେ ପରେ ଶାନ୍ତିପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା ।