ସାଲେପଡା ସ୍କୁଲରେ ବାର୍ଷିକ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ ସାଲେପାଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ବାର୍ଷିକ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ଦାସଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଆଦିବାସୀ ନେତା ସୁରେଶ ଭୋଇ ଯୋଗଦେଇଥିଲେ । ଲିଙ୍ଗରାଜ ବାଗ, କ୍ଷିତିଚନ୍ଦ୍ର ଭୋଇ, ଦେବେନ୍ଦ୍ର ମାଝୀ, ଜେମାମନୀ ଟାହାଣୀ , ବାସନ୍ତୀ ବନଛୋର, ଆରତୀ ମିଶ୍ର, ଯଶୋଦା ବିଶ୍ୱାଳ, ପ୍ରେମସିଲା ଭୋଇ, ରେବତୀ କେତକୀ ପ୍ରମୁଖ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.